ମାୟା ମୃଗ
ମାୟା ମୃଗ
1 min
4.7K
ଦୁନିଆର ରଙ୍ଗମଞ୍ଚ ଅତି ଯେ ବିଚିତ୍ର,
ବିଧାତା ଦେଖୁଚି ଏଠି ଆମ ଚଳଚିତ୍ର l
କିଏ ହସୁ ଥାଏ ଏଠି କିଏ କାନ୍ଦୁଥାଏ
ମୁଠେ ଭିକ ପାଇଁ କିଏ ଦାଣ୍ଡେ ଗଡୁଥାଏ l
ଧନ୍ୟ ତୋର ସୃଷ୍ଟି ଧନ୍ୟ ତୋ ଭିଆଣ,
ତୋ ନାମ ନେଇ ଏଠି କେତେ ଖେଳ ଜାଣ l
କିଏ ଜିତେ କିଏ ହାରେ ସବୁତ ନାଟକ,
ଦୁନିଆର ନାଟକର ତୁ ମହାନାୟକ l
କରି କରାଇଣ ତୁହି ମାୟା ଲଗାଇଛୁ,
ମିଛ ମୃଗ ପଛେ ଆମେ ମିଛରେ ଧାଉଁଛୁ l
ଧାଁଇ ଧାଁଇ ସର୍ଵ ଶେଷେ ହାଲିଆ ହୋଇଣ,
ତୋ ଚରଣ ତଳେ ସର୍ବେ ନିଅନ୍ତି ଶରଣ l
ସୁକାନ୍ତି ହୋତା
ତାଳଚେର
7008819476