ମାଟି
ମାଟି
1 min
181
ସୃଷ୍ଟି ଆରମ୍ଭରୁ ସ୍ୱଧର୍ମ ଲିଭେଇ
ସାଜିଛି ମଉନାବତୀ
ମାଟି ନୁହଁଇ ସେ ସବୁରି ମାଆଟି
ଧର୍ଯ୍ୟରେ ଧାର୍ଯ୍ୟ ଧରିତ୍ରୀ
ମାଟିର ମହତ୍ତ୍ୱ ଯେତେ ଗାଉଥିଲେ
ଲାଗଇ ଅଧା ଅଧୁରା
ଜଡ଼ଠୁ ଚେତନା ସଭିଏ ତା'ଚିହ୍ନା
ଆଦରର ବସୁନ୍ଧରା
ମାଟି ପରା ମାଆ ମାଟି ପରା ସାହା
ମାଟି ପରା ଅଟେ ସୃଷ୍ଟି
ତାହାରି ଲାଗିକା ଏ'ଜୀବଜଗତ
ନିୟମିତ ହୁଏ ବୃଷ୍ଟି
