STORYMIRROR

Santosh Pattnayak

Others

3  

Santosh Pattnayak

Others

ମାଟି

ମାଟି

1 min
184


ସୃଷ୍ଟି ଆରମ୍ଭରୁ ସ୍ୱଧର୍ମ ଲିଭେଇ

   ସାଜିଛି ମଉନାବତୀ

ମାଟି ନୁହଁଇ ସେ ସବୁରି ମାଆଟି

   ଧର୍ଯ୍ୟରେ ଧାର୍ଯ୍ୟ ଧରିତ୍ରୀ

ମାଟିର ମହତ୍ତ୍ୱ ଯେତେ ଗାଉଥିଲେ

   ଲାଗଇ ଅଧା ଅଧୁରା

ଜଡ଼ଠୁ ଚେତନା ସଭିଏ ତା'ଚିହ୍ନା

   ଆଦରର ବସୁନ୍ଧରା

ମାଟି ପରା ମାଆ ମାଟି ପରା ସାହା

   ମାଟି ପରା ଅଟେ ସୃଷ୍ଟି

ତାହାରି ଲାଗିକା ଏ'ଜୀବଜଗତ

   ନିୟମିତ ହୁଏ ବୃଷ୍ଟି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍