STORYMIRROR

Santosh Pattnayak

Others

3  

Santosh Pattnayak

Others

ମାଟି ଘର

ମାଟି ଘର

1 min
262


ଦନେଇ ରାଉତ ରାଜନୀତି କରି ଛାଡିଲାଣି ଭିଟାମାଟି

ବାରମାସ ଯାକ ହେଉନାହିଁ ଚାଷ ବିଲ ପଡିଅଛି ଫାଟି

ଦାସିଆ ଗୁଡିଆ ହଟେଇ କୁଡିଆ କଲାଣି କଙ୍କ୍ରିଟ୍ ଘର

କେବେଠାରୁ ଆଉ ବିକୁନାଇଁ ମୁଆଁ ପୁଅ ତାର ଡାକତର ।।

     

ସମୟ ତାଳରେ ଝାଟିମାଟି ଚାଳ ଛାଡିଲାଣି ରୂପା ବୋଉ

ମିଳିଛି ଗୋଟାଏ ସରକାରୀ ଘର ତୁଠେ ଲୁଗା ଧୋଉ ଧୋଉ 

ହେମନାନୀ ଆଉ ବିକୁନି ପିଜୁଳି ତେଲି ପେଢୁନାହିଁ ତେଲ 

ଶଗଡ ଗୁଳିକୁ ଉଇ ଧରିଲାଣି ଯନ୍ତ୍ରର ଚାଷଟା ଭଲ ।।


ନଣନ୍ଦ ସାଥିରେ ନୂଆବୋହୂ ଆଉ ଯାଉନାହିଁ କୂଅମୂଳ

ସଞ୍ଜ ହେଲେ କାଇଁ ଶୁଭୁନି ପୁରାଣ ନାହିଁ ଆଗର ଚହଳ 

ଲୁହକୁ ଜକେଇ ବସିଛି କକେଇ ମଉନେ ପୋତିଛି ମଥା

ପୁଅ କରେ ଅଳି ଭିଟାମାଟି ଛାଡ଼ି ସହରେ ତୋଳିବ କୋଠା ।।


ସହରୀ ତାଳରେ ବଦଳିଛି ଆଜି ଜୀବନର ମାପକାଠି 

ଅତୀତ ସାଉଣ୍ଟି ବଞ୍ଚିଛି କେବଳ ସମ୍ପର୍କର ଭିଟାମାଟି ।।

‐---------------

 


Rate this content
Log in