STORYMIRROR

Sunanda Mohanty

Others

4  

Sunanda Mohanty

Others

ମାଣିକ

ମାଣିକ

1 min
496

ନ କହିବା କଥା କହିଦେଲେ କେବେ ମନ ହେଇଯାଏ ହାଲକା,

ନକହିବା କଥା କାହାକୁ କହିବା ବୁଝିବା ଲୋକ ଯଦି ନୁଁହ ନିଜ ପରିକା ।


ସେଇପାଇଁ ପରା ଏଵେ ମୁଁ କହୁଛି ସବୁ ଚକା ଆଖିଆ ଙ୍କୁ ଯିଏ ବନ୍ଧୁ ପରି ବନ୍ଧୁଟିଏ ଏକା,

ସବୁ ଦେଖି ଶୁଣି ସ୍ୱୟଂ ପରଂବ୍ରହ୍ମ ଚଳାନ୍ତି ସଭିଙ୍କ ନଉକା।


କେବେ କେବେ ଭାବେ ମୁଁ ଏଵେ ଏଵେ କହିବି କାହିଁକି ସବୁକଥା ହେବ ମୁଣ୍ଡ ବଥା,

ମଣିମା ଶୁଣିମା ହେବେ କାଲି ଆଜି ପୁଣି ଆସନ୍ତା କାଲିକା।


ମାଣିକ ଛକିଛି ମାଣିକପାଟଣା ଗ୍ରାମରେ ମାଗିନେବ ଉଧାର କଣିକା,

ଜଗା ଙ୍କ ନିର୍ମାଲ୍ୟ ପାଇ ମୁଁ ଭାବୁଛି ସବୁ ସମାଧାନ ସୂତ୍ର ପା କୈବଲ୍ୟ କଣିକା ।


ଏ ଭିତରେ ମାଣିକ ବୁଝିବି ଗଲାଣି ପାଇଗଲାଣି ସେ ସୁବର୍ଣ୍ଣ କଣିକା,

ତା ଭକ୍ତି ଭାବ ଜଗତେ ଚହଳ ସିଏତ ଭକ୍ତିର ପରିବେଶିକା ଆଉ ମାର୍ଗଦର୍ଶିକା ପୁଣି ଶ୍ରେଷ୍ଠ ଉପସ୍ଥାପିକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍