STORYMIRROR

Soumya Shubhadarshinee

Others

3  

Soumya Shubhadarshinee

Others

ମାଣିକ ମାନିନୀ

ମାଣିକ ମାନିନୀ

1 min
4.5K




ନିଳକାଞ୍ଚନ ନୀଳକାନ୍ତି

ହୃଦ କନ୍ଦର ବାସୀ

ତଵ ଶ୍ରୀ ପୟର ଦର୍ଶନ ଆଶେ

ପ୍ରତୀକ୍ଷାରେ ମନ ଶଶୀ...


ପଦାରବିନ୍ଦ ତଵ ମୋ ନୀଳଶୈଳ

ଧୌତ କରିବି ଲୋତକେ ମୋହର,


ଶ୍ରୀମୟ ହେ ପ୍ରଭୁ ମୋ ପରମ ଈଶ୍ୱର

ମୋ ଦଧୀ ଆଉ ଥରେ ତ' ପାନକର,,


ମୁଁ ଯେ ତୁମ ଚିର ଦାସୀ ସମର୍ପିତା

ତୁମ ମଧ୍ୟରେ ଲୀନ ମୋ ଅସ୍ମିତା,


ନୀଳକାନ୍ତି ନୟନେ ମୋ ଦୀପ୍ତ ସଦା

ତୁମ ପଦପଦ୍ମରେ ମୋ ମୁକ୍ତି ଗାଥା,


ହେ ଶ୍ରୀମୟ ରାଧା ପ୍ରୀୟା ନଟନଗର

ପ୍ରକାଶ ହେ ତଵ ସୌମ୍ୟା ରୂପ ତର,


ଭାତୃ ସହ କଳିଙ୍ଗ ବିଜୟ ଯାତ୍ରା କର

ଅଧୁନା କଳିଙ୍ଗର ଦୁଖଃ ଦୁର କର,


ଶତ୍ରୁ ହତ ସତ୍ୟସ୍ୱରୂପ ମୋ ଧରାର

ହାହାକାର ସବୁ ଠି ଦୀନ ଜନତାର,


ତୁମ ଶ୍ରୀକନ୍ଦର ଆଜି ତପ୍ତ ପାରାବାର

ସେ ସାଗର ଦୟନୀୟ ପ୍ରଭୁ ତୁମର,


ମୋ ଦୟନି ପ୍ରଭୁ ଥରେ ହେଜା କର

ଆସ ପ୍ରଭୁ ନାସ ସୃଷ୍ଟି ଦୁଖଃ ତର,


ନୀଳମଣି ହେ ଏ ଦାସୀ ର ନୟନେ

ତୁମ ଶ୍ରୀ ରୂପ ପ୍ରକାଶେ

ଅନ୍ତ ହେଉ ଚୀର ପ୍ରତୀକ୍ଷା ମୋହର


*ସୌମ୍ୟା ଶୁଭଦର୍ଶିନୀ*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍