ମାନନୀୟ ପ୍ରଧାନମନ୍ତ୍ରୀ
ମାନନୀୟ ପ୍ରଧାନମନ୍ତ୍ରୀ
ଚେହେରାଟି ତାଙ୍କ ଦଉଲ ଡାଉଲ
ବୁଦ୍ଧିରେ ସରି କେ ହେବନି
ହସରେ ତାଙ୍କର ଫୁଟଇ କୋମଳ
ଧୀର ସ୍ମିତ ହାସ୍ୟ ବଦନି.
ହୃଦୟସ୍ପର୍ଶୀ ଭାଷଣରେ ତାଙ୍କ
ଲୋମମୁଳି ଫୁଲି ଉଠେ
ସଦା କରିଥାନ୍ତି ଭାରତୀୟ ଚିନ୍ତା
ଛାଡ଼ନ୍ତି ନାହିଁ ସେ ସଠେ
ଦେଶ ବିଦେଶରେ କରିଅଛ ତୁମେ
ଭାରତର ନାମ ଉଜ୍ବଳ
ସବୁ ଯୋଜନାକୁ ଫଳପ୍ରଦ କରି
କରୁଛ ଜନ ମଙ୍ଗଳ
ସ୍ଵଚ୍ଛ ଭାରତ ୟେ ବଡ ଅଭିଯାନ
ସ୍ଵଚ୍ଛ ଭାରତ ଅଭିଯାନ
ଘରେ ଘରେ ଲରଟିନ ଆଉ ଗ୍ୟାସ
ଶ୍ରେଷ୍ଠ ପ୍ରୟାସର ମାନ
ଗରିବ ଲୋକର ମନର କାଥାକୁ
ମାନକି ବାତ୍ତରେ ଶୁଣୁଛ
ତୁମ ପ୍ରଚେଷ୍ଟାରେ ଚୀନ ପାକକୁ
ଝଟକା ଗୋଟିଏ ଦେଇଛ
ଗରୀବର ଦୁଃଖ ଶୁଣିବା ପାଇଁକି।
ନିକଟକୁ ଧାଇଁ ଯାଉଛ
ରାଜ୍ୟେ ରାଜ୍ୟେ ବୁଲି
ଦେଶେ ଦେଶେ ବୁଲି
ଜନ ଧନ ମନ ବୁଝୁଛ
ଦେଶର ଭାଗ୍ୟ ବଦଳାଇବା ପାଇଁ
ଛାତି ଫୁଲାଇ ଧାଉଁଛ
ଆଚରଣ ତୁମ ଗର୍ବ ଗୌରବ
ଜଗତରେ ସାର ହୋଇଛ
ତୁମେପରା ମୋଦି ଆମର ପ୍ରିୟ
ଆମ ଦେଶର ପ୍ରଧାନ ମନ୍ତ୍ରୀ
ଦେଶର ଗୌରବ ଦେଶର ଗାରିମା
ରହିଥାଉ ଯୋଗୁଁ ତୁମରି
