STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମାଣବସା

ମାଣବସା

1 min
246


ଶରତ ମରତ ଭୂଇଁରୁ ବିରତ ଶିଶିର ଆସଇ ମାଡ଼ି

କରମାଳି କର ଲାଗିଲା ଶୀତଳ ମାଡ଼ି ଆସଇ କୁହୁଡି ।।


କୃଷକ କେଦାରେ ପକ୍ଵ ଶସ୍ୟ ଝୁଲେ କନକ ବରଣା “କାନ୍ତି-

ଫେଇ” ହସୁଅଛି ସତେ କି ବିଜୟ ହୋଇଛନ୍ତି ମହା ଲକ୍ଷ୍ମୀ ।।


ମାର୍ଗଶିର ଲଗ୍ନ ଶିଶିର ପତନ ନବ ଦୂର୍ବାଦଳ ଶୀରେ

ରବି ରଶ୍ମି ଛିଟା ଚମକଇ ମୁକ୍ତା ମାଳା ଭ୍ରମ ସୃଷ୍ଟି କରେ ।।


ଆଦ୍ୟ ଗୁରୁ ବାର ପ୍ରଭାତୀ ରଙ୍ଗର ପ୍ରଭାତେ ଦୁକୁଳ ଦେହୀ

ଗଳେ ମୁକ୍ତା ମାଳା ପ୍ରଲମ୍ଵିତ ଅବା ମହାଲକ୍ଷ୍ମୀ ମହାମାୟୀ ।।


ଅବନୀରେ ଅବତରଣ କରନ୍ତି ଛାଡି ବଇକୁଣ୍ଠ ପୁର 

ସେବେଳେ ଶୁଭଇ ମଙ୍ଗଳ ସଙ୍ଗୀତ ଶୁଭ ହୁଳହୁଳି ସ୍ଵର ।।


କୃଷକ ଘରଣୀ ଗୋମୟେ ତା ଘର କରିଛି ସଫା ସୁତୁରା

ଲେଖି ଦେଇଅଛି ସତଦଳ ପଦ୍ମ ଘରର ଚଟାଣ ସାରା ।।


ଲକ୍ଷ୍ମୀ ପଦ ଚିତା ଝୋଟି,ଧାନଶିଂସା ଚିତ୍ରେ ସଜାଇ ଦେଇଛି

ମାଣ ବସାଇଛି ସୁ-ସ୍ଵରେ ଭକ୍ତିତ୍ତେ ଲକ୍ଷ୍ମୀ ପୁରାଣ ପଢୁଛି ।।


ପବିତ୍ର ୟେ ମାର୍ଗଶିର ଗୁରୁବାର ଲକ୍ଷ୍ମୀଙ୍କର ପ୍ରୀୟ ବ୍ରତ

ଲକ୍ଷ୍ମୀ ସାମନ୍ତାଣୀ ବିଜୟ କଲେଣି ମଙ୍ଗଳମୟ ପ୍ରଭାତ ।।


ସର୍ବେ ଏକ ମନେ ସ୍ଵାଗତ କରରେ ସାଗର ରାଜା ଦୁଲାଳୀ

ସଦୟ ହୃଦୟେ ଆଶିଷେ ଦେବେରେ ସୁନାଚୁଡି ସୁନାଥାଳି ।।


ଧନଦାତ୍ରୀ ପଦ୍ମାଳୟା,ହରିପ୍ରିୟା,କମଳା ବିଶ୍ଵ ଜନନୀ

ଦୀନ ଜନ ନିଃସ୍ଵ ଜୀବନ ତୋ ପଦେ ଦେଖାଅ ଦିବ୍ୟ ସାରଣୀ ।।







साहित्याला गुण द्या
लॉग इन