STORYMIRROR

Santosh Pattnayak

Others

4  

Santosh Pattnayak

Others

ମାଣବସା

ମାଣବସା

1 min
274


     

ସ'ମନେ ସୁମନ କଲି ଅରପଣ ପୟରେ ଦିଅ ଶରଣ

ବିଶ୍ୱାସ ମୋ'ମୂଳ ଶ୍ରଦ୍ଧାଟି ସମ୍ବଳ ଘେନମାତା ନିବେଦନ

ଦାରିଦ୍ର୍ୟ ଭଞ୍ଜନୀ ଜଗତ ପାଳିନୀ ଜୟମାତା କମଳିନୀ

ବୈକୁଣ୍ଠ ବାସିନୀ ଦୁଃଖ ବିନାଶିନୀ ହେ ମା' ବିଶ୍ୱ ବିମୋହିନୀ.....


ଚରଣେ ପ୍ରଣତି ଘେନ'ମୋ ଭକତି ଦୟାକର ଦୟାବତୀ

ମୁଁ'ଯେ ମୁଢ଼ମତି କରୁଛି ବିନତୀ ହରିନିଅ ମୋ ବିପତ୍ତି

ମନେମନେ ଚିନ୍ତେ ଭକ୍ତି ଭାବ ଚିତେ କିଞ୍ଚିତ ମୋର ଭକତି

ନୁହେଁ ଗୁଣୀଜ୍ଞାନୀ ନୁହଁଇ ବିଦ୍ବାନୀ ଜାଣିନାହିଁ ପୂଜାସ୍ତୁତି.....


ଦିଅ ମା' ଆଶିଷ ଦୁଃଖ ଯାଉ ନାଶ ମିନତୀ କରେ ଅଜ୍ଞାନୀ

ଫେଡ଼ ମୋ' କଷଣ ରଖିଣ ଶରଣ ହେ'ମାତା ଐଶୁର୍ଯ୍ୟ ଦାୟିନୀ

ମାଗୋ ଦୟାବତୀ ଜୟ ଜଗଧାତ୍ରି ଜୟ'ମା ସଙ୍କଟ ନାଶିନୀ

ବରୁଣ ନନ୍ଦିନୀ ବିଷ୍ଣୁ ପାଟରାଣୀ ନମୋ ମାତା ମହାଲକ୍ଷ୍ମୀ.....


ଶ୍ରେଷ୍ଠ ମାର୍ଗଶିରେ ଶୁଭ ଗୁରୁବାରେ ଉଭା ହୁଅ ମୋ କୁଟିରେ 

କୁତାର୍ଥ ହୋଇବି ଚରଣ ସେବିବି ଭକତିର ନୈବେଦ୍ୟରେ....

  -----×----


Rate this content
Log in