STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ମାଣବସା ବନ୍ଦନା

ମାଣବସା ବନ୍ଦନା

1 min
314

ଧନ ସୌଭାଗ୍ୟ ଓ ଐଶ୍ୱର୍ଯ୍ୟଦାୟିନୀ

ମାଆଗୋ ତୋ ପଦେ ନମନ,

ଭକତି ଭାବରେ ଆବାହନ କରେ

ଗ୍ରହଣ କର ପୂଜନ ।


ବିଷ୍ଣୁ ପାଟରାଣୀ ଆଦର୍ଶ ଘରଣୀ

ବୈକୁଣ୍ଠ ଧାମ ଗୌରବ,

ତୁମ ସଙ୍ଗ ପାଇ ପାଳନ୍ତି ସଂସାର

ନାରାୟଣ ଶାନ୍ତ ଭାବ ।


ତୁମେ ଅଟ ସବୁ ଗୃହିଣୀ ଆଦର୍ଶ

ଶୁଦ୍ଧ ହୃଦୟର ମାତ,

ଯେଉଁ ଗୃହେ ଦେଖ ସ୍ଵଚ୍ଛତାର ଚିହ୍ନ

ବିଜେ କର ହୋଇ ପ୍ରୀତ ।


ଜଗତର ମାତା ତୁମେ ମହାମାୟୀ

କୃପା କର ଅକିଞ୍ଚନେ,

ଶୁଦ୍ଧ ହୃଦୟରେ କରୁଛି ବନ୍ଦନ

ଭାବର ପଦ୍ମ ଆସନେ ।


ଭାବ ଗୋମୟରେ ହୃଦାସନ ଲିପି

ବସିଛି ତୋ ପ୍ରତୀକ୍ଷାରେ,

ମାଣବସା ଆଜି ପୂଜିବି ଚରଣ

ଗୁରୁବାର ପ୍ରଭାତରେ। 


ତୁମ ବନ୍ଦନାରେ ପୁରି ଉଠେ ଆଜି

ଆସ ମାଗୋ ସନାତନୀ,

ଢ଼ାଳି ଦିଅ ତୁମ ଅଭୟ ଆଶିଷ

ଧରଣୀ ହେଉ ପାବନୀ ।



Rate this content
Log in