STORYMIRROR

Kulamani Sarangi

Others

3  

Kulamani Sarangi

Others

ମାନିନୀ ରାଧିକା

ମାନିନୀ ରାଧିକା

1 min
13.5K


ମାନିନୀ ରାଧିକା ................... ମାନିନୀ ରାଧିକା ଅଭିମାନେ ଗାର କାଟୁଥିଲେ ଧରଣୀରେ, ବହିଯାଉଥିଲା ନେତ୍ରୁ ଅଶ୍ରୁ ପତ୍ରୁ ଶିଶିର ବିନ୍ଦୁ ପ୍ରକାରେ।୧। ଚାହିଁ ଉଦ୍ଧବଙ୍କୁ କହନ୍ତି ରାଧିକେ ଶ୍ରୀକୃଷ୍ମ ନୁହଁନ୍ତି ଭଲ, ପ୍ରତିଶ୍ରୁତି ଆଉ ପ୍ରତାରଣା ତାଙ୍କ ନିକିତିରେ ସମତୁଲ।୨। ତାଙ୍କ ନଆସିବା ବାଧେନାହିଁ ବାଧେ ତାଙ୍କ ମିଛୁଆ ପଣିଆ, ଭାବିଛନ୍ତି ମିଛକହି ଭଣ୍ଡାଇବେ ମତେ ପିଲାଙ୍କ ଭଳିଆ।୩। ସେଇଦିନୁ ଜାଣିଚି ମୁଁ ଯେଉଁଦିନ ବଂଶୀଟି ଧରାଇ ଦେଇ, କହିଲେ ରାଧିକେ ଚାରିଦିନ ପରେ ଫେରି ଆସିବି ଗୋ ମୁଁହି।୪। କହିବ ଉଦ୍ଧବ ତାଙ୍କ ହୃଦ ଠାରୁ ମୋ ହୃଦ ଅଧିକ ଟାଣ ତାଙ୍କ ସ୍ମୃତି ମୋର ଅନ୍ତରେ ସାଇତି ଜୀଇଁବା କରିଛି ପଣ।୫। କହିବ ଉଦ୍ଧବ ତାଙ୍କଫେରିବାକୁ ଆଉ ମୁଁହି ଚାହିଁ ନାହିଁ, ମୋ ପ୍ରୀତି ଅମର ହେବ ହେ ଉଦ୍ଧବ ନଆସିବେ ଯେବେ ସେହି।୬।

କୁଳମଣି ଷଡଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍