STORYMIRROR

Ranjan Kumar Brahma

Others

5.0  

Ranjan Kumar Brahma

Others

ମାନିନୀ ପଦ୍ମିନୀ

ମାନିନୀ ପଦ୍ମିନୀ

1 min
520


"ମାନିନୀ ପଦ୍ମିନୀ"

ରଞ୍ଜନ କୁମାର ବ୍ରହ୍ମା

ଶିକ୍ଷକ ସି ଆର ସି ସି

ଚିକିଟୀ ଗଡ଼, ଗଞ୍ଜାମ


ଶରତ ଋତୁର ପ୍ରଭାତ ବାତ


ଆଣି ଦିଏ ନୂଆ ପ୍ରେରଣା


ସେଥିରେ ପ୍ରେରିତ ମଧୁପଗୁଞ୍ଜ


କମଳିନୀ ମଧୁ ଯାଚନା ।୧।


ସେ ମଧୁ ଯାଚନେ ମଧୁପ ଅଗ୍ରହେ


କମଳିନୀ ପ୍ରତ୍ୟାସକ୍ତ


ଚୁମ୍ବିଦିଏ ତାର କଅଁଳ ଓଠକୁ


ହୋଇ ଆନନ୍ଦ ଉଲ୍ହାସିତ ।୨।


ମଧୁ ଚମ୍ବନେ ଷଟପଦ ହୁଏ


ନିଶା ବିଭୋର ପାଗଳିତ


ଜଣେ ନାହିଁ ତାର ନିଜର ଠିକଣା


ଜାଣେ ନାହିଁ ରବି ଅସ୍-ତ ।୩।


ସନ୍ଧ୍ୟା ଆଗମେ କମଳିନୀ ଯୋଷା


ଭୟରେ ହୁଅଇ ଶଙ୍କିତ


ମଧୁପକୁ କହେ ଫେରିଯା ତୁମ୍ଭେ


କରନା ଗୋ ମୋତେ ବିବ୍ରତ ।୪।

*********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍