STORYMIRROR

PUSPALATA SAHOO

Others

3  

PUSPALATA SAHOO

Others

ମାନବିକତା

ମାନବିକତା

1 min
355

ଆଜିର ମଣିଷ ସ୍ୱାର୍ଥପର ସାଜି 

କରୁଛି ତାହାର କର୍ମ 

ସ୍ୱାର୍ଥ ଥାଏ ଯହିଁ ଥାଏ ସିଏ ତହିଁ 

ବୁଝେନା କାହାରି ମର୍ମ !!


ବନ୍ଧୁ ତ ସାଜିଛି ବନ୍ଧୁର ବଇରୀ 

ଟିକେ ଟିକେ କଥା ପାଇଁ 

ବଳି ଦେଇଦିଏ ବନ୍ଧୁର ଜୀବନ 

ଆପଣାର ସୁଖ ପାଇଁ !!


ବାପା ମାଆଙ୍କର ଅଳିକ ସପନ 

ଚୁରମାର ହୋଇଯାଏ 

ପୁଅ ଝିଅ ଯଦି ଅମଣିଷ ହୋଇ

 ଅବାଟରେ ଚାଲିଯାଏ !!


ନିଜ ପତି ଛାଡି ପର ପୁରୁଷରେ 

ବିତାଇ ଥାଏ ଯେ ରାତି 

ସତୀ ବୋଲାଇ ସେ କହୁଥାଏ କଥା 

ଫୁଲାଇ ତାହାର ଛାତି !!


ରାଗ ହିଂସା କ୍ରୋଧ ମନେ ଭରେ ବିଷ 

ହଜାଏ ମାନବିକତା 

ମାନବିକତା ଆମ ମନରୁ ହଜିଲେ 

ଭୁଲିଯିବା ଆମ ସତ୍ତା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍