ମାନବିକତା
ମାନବିକତା
1 min
352
ଆଜିର ମଣିଷ ସ୍ୱାର୍ଥପର ସାଜି
କରୁଛି ତାହାର କର୍ମ
ସ୍ୱାର୍ଥ ଥାଏ ଯହିଁ ଥାଏ ସିଏ ତହିଁ
ବୁଝେନା କାହାରି ମର୍ମ !!
ବନ୍ଧୁ ତ ସାଜିଛି ବନ୍ଧୁର ବଇରୀ
ଟିକେ ଟିକେ କଥା ପାଇଁ
ବଳି ଦେଇଦିଏ ବନ୍ଧୁର ଜୀବନ
ଆପଣାର ସୁଖ ପାଇଁ !!
ବାପା ମାଆଙ୍କର ଅଳିକ ସପନ
ଚୁରମାର ହୋଇଯାଏ
ପୁଅ ଝିଅ ଯଦି ଅମଣିଷ ହୋଇ
ଅବାଟରେ ଚାଲିଯାଏ !!
ନିଜ ପତି ଛାଡି ପର ପୁରୁଷରେ
ବିତାଇ ଥାଏ ଯେ ରାତି
ସତୀ ବୋଲାଇ ସେ କହୁଥାଏ କଥା
ଫୁଲାଇ ତାହାର ଛାତି !!
ରାଗ ହିଂସା କ୍ରୋଧ ମନେ ଭରେ ବିଷ
ହଜାଏ ମାନବିକତା
ମାନବିକତା ଆମ ମନରୁ ହଜିଲେ
ଭୁଲିଯିବା ଆମ ସତ୍ତା !!
