STORYMIRROR

Dambarudhar Bag

Others

2  

Dambarudhar Bag

Others

ମାଁ

ମାଁ

1 min
14.6K


ମାଁ

*****

ଆସୁଅଛ ମାତେ ଏ ଧରା ମଣ୍ଡଳେ ପାପକୁ ନାଶିବା ପାଇଁ।

ତବ ପ୍ରତୀକ୍ଷାରେ ଦିନ ମୋ ବିତୁଛି ବାଟ ମୁଁ ରହିଛି ଚାହିଁ ।

ଦୁର୍ଗତି ନାଶିନୀ ମହିଷା ମର୍ଦ୍ଦିନୀ ଜଗତ ଜନନୀ ମାଆ।

ନାମ ତୋ ଧ୍ୟାୟିଲେ କଟିଯାଏ ପାପ ହେଉ ତୁ ଦୁଃଖରେ ସାହା ।

ତୁମ ଭରସାରେ ବଞ୍ଚିଛି ମାତଲୋ ନାହିଁ କେ ସଂସାରେ ଆଉ ।

ଏ ଦୁଃଖ ସାଗରୁ ରକ୍ଷା କେ କରିବ ତୁମେ ଏଠି ଥାଉ ଥାଉ ।

ଧର୍ମ ଆଜି ମା ଯାଇଛି ଉଭେଇ ପାପ ବଢିଛି ଶ'ଗୁଣ।

ଅଧର୍ମ କରୁଛି ରାଜ ଭୋଗ ଏଠି ଧର୍ମୀ ଏଠି ହୁଏ ହୀନ।

ଈର୍ଷା ଅହଙ୍କାର ହିଂସା କ୍ରୋଧ ଲୋଭ ସମାଜକୁ କରେ ଗ୍ରାସ।

ମୁଁ କାର ଭାବନା ବଢିତ ଚାଲିଛି ହେବ ନାହିଁ ତା'ର ଶେଷ।

ଆସ ଆସ ମାଆ ଧରାପୃଷ୍ଠେ ତୁମେ ହୁଅ ଥରେ ଆଜି ଉଭା ।

ନାଶି ଯାଅ ମାତେ ଦୁର୍ମତି କୁ ତୁମେ ଦେଖାଇ ତୁମର ଆଭା ।

ନାଶି ଥିଲ ତୁମେ ମହିଷାସୁରକୁ ଭାଙ୍ଗିଥିଲ ତା'ର ପଣ ।

କେତେ ଯେ ମହିଷା ଏ ଧରା ବକ୍ଷରେ ଜନମ ନେଲେଣି ପୁଣ।

କିଭଳି ତିଷ୍ଠିବ ମର୍ତ୍ତ୍ୟପୁର ଆଜି ସେହି ରାକ୍ଷସ କବଳୁ ।

ଆହେ ମହାମାୟୀ ଅଭୟ ଦାୟିନୀ ଉଦ୍ଧାର କର ଏ ମଣ୍ଡଳୁ । ******

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି


Rate this content
Log in