STORYMIRROR

Kulamani Sarangi

Others

2  

Kulamani Sarangi

Others

ମାଆ

ମାଆ

1 min
889




ଟେକାଖିର ଆଉ ଲାକ୍ଟୋଜେନ୍ ପରା

ମଣିଷ ଶିଶୁ ଆଧାର,

ସୌନ୍ଦର୍ଯ୍ୟ ହୋଇବ ନଷ୍ଟ ବୋଲି ମାଆ

ଦିଏନାହିଁ ଛାତି ଖିର।


କୁକୁର ହୋଇ ତା ହୃଦରୁ ଝରୁଛି

କେତେ ମମତାର ଝର,

ନିଜେ ଜୀର୍ଣ୍ଣଶୀର୍ଣ୍ଣ ,ତଥାପି ଛୁଆଙ୍କୁ

ଦିଏ ପେଟପୁରା ଖିର।


ଖିର ଯେବେ ହୁଏ ନିଅଣ୍ଟ ,ସେଯାଏ,

ଅଇଁଠା ପତର ଖାଇ,

ଛୁଆଙ୍କ ପାଖରେ ଆସି ବାନ୍ତିକରି

ଖୁଆଏ ପେଟ ପୁରାଇ।


କିଛିଦୂରେ ତାର ଅପେକ୍ଷା କରିଛି

ଛେଉଣ୍ଡ କୁକୁର ଛୁଆ,

ଗାଡିତଳେ ପଡି ମାଆଟି ତାହାର

ମରିଯାଇଥିଲା ଆହା !


କେତେ ଆଶା ତାର ମନରେ ଟିକିଏ

ମାଆ ଖିର ପିଇବାକୁ,

ମନକଥା ଜାଣି ଏଇ କୁକୁରଟି

ଡାକୁଚି ତାକୁ ପାଖକୁ।


ଏ ଅଟେ ନିର୍ମଳ ମମତା ପଶୁର,

ଅଭାବ ମଣିଷ ଠାରେ,

ତଥାପି ମଣିଷ ମଣିଷକୁ ଡାକେ

"କୁକୁର" କହି ଘୃଣାରେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍