STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ମାଆ

ମାଆ

1 min
186


ମାଆ ଗାଳି ଦାଣ୍ଡ ଧୂଳି 

ଯାହା ସହ ମୋର ନିଇତି କଳି  ।


ତଥାପି ସେ ମୋର ଦୁଃଖ ସୁଖର

କହିବା ଆଗରୁ ଜାଣେ ସତ୍ୱର ।


ତା ପାଖରେ କିଛି ଲୁଚାଇ ଦେଲେ 

 କାହିଁକି କେଜାଣି ଲୁଚେନି ଭଲେ ।


 ଯେତେ ରାଗ ରୁଷା ତା ପାଖେ ମୋର 

ବୋଉ ଡାକିଦେଲେ ସରିଲା ମୋର ।


ଏମିତି ମୋ ବୋଉ ଭଲରେ ରହୁ 

ବୟସ ସାଥିରେ  ସେ ବାଟ ଚାଲୁ ।


ଦେଖି ଶୁଣୁଥିବି ତା କଥା ପଦେ

ତାର ଆଶୀର୍ବାଦ ଥାଉ ମୋ ସାଥେ ।

 


இந்த உள்ளடக்கத்தை மதிப்பிடவும்
உள்நுழை