STORYMIRROR

Chittaranjan Lenka

Others

2  

Chittaranjan Lenka

Others

ମାଆ

ମାଆ

1 min
2.3K


ସୁନା ସିନା ସହଜରେ ଚିହ୍ନଇ ବଣିଆ

ମନ କିଏ ଚିହ୍ନି ପାରେ ଜାଣ କି ଠିକଣା?


ପତି ହେଉ ଅବା ପତ୍ନୀ ହେଉ ପୁଅ ଝିଅ

ମନ କିଏ ଜାଣି ପାରେ ସତ କରି କୁହ?


ବନ୍ଧୁ ହେଉ ଅବା ମିତ୍ର କିମ୍ବା ସାଙ୍ଗ ସାଥି

ନ କହିଲେ ମନ କଥା କେହି ନ ଜାଣନ୍ତି


ଜାଣିଛନ୍ତି ବୋଲି ଖାଲି କରନ୍ତି ଛଳନା

ହେଲେ ମନେ କେବେ ନୁହଁ ଗୋଟିଏ ଖେଳଣା


ହେଲେ ଜଣେ ଅଛି ଯିଏ ମମତା ଧାରିଣୀ

ଅତି ସହଜରେ ମନ ପାରିଥାଏ ଜାଣି


କୁହ ବା ନ କୁହ ତାକୁ ସହଜେ ସେ ଜାଣେ

ହେଲେ ତାକୁ ଚିହ୍ନିବାକୁ କିଏ ଭାବେ ମନେ?


ଯେତେ କଷ୍ଟ ଦେଲେ ତାକୁ କରୁଥାଏ ଦୟା

ଦେବ ଦେବୀ ଠାରୁ ବଡ ଏକା ସେହି ମାଆ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in