ମାଆ
ମାଆ
1 min
13.5K
ବେନି କର ଯୋଡି ଆସିଛି ଲୋ ମାଆ
ଆଶରା ଟିକିଏ ଦେବୁ,
ଚରଣେ ତୋହର ଶରଣ ପଶିଲି
କୃପା ବାରି ଅଜାଡ଼ିବୁ।
ନାହିଁ କେହି ସାହା କରିବାକୁ ଆହା
ଦୁଃଖେ ମ୍ରିୟମାଣ ମୁହିଁ,
ତୋ ଦୁଆର ମାଆ ଖୋଲିଦେ ମୋ ପାଇଁ
ସଂସାରେ ମୋ କେହି ନାହିଁ।
ତୋ ପଣତ କାନି ଘୋଡେଇ ଦେ ମାଆ
ବିପଦ ଯିବ ମୋ ଟଳି,
ମାଆ ହୋଇ ଯଦି ସାହା ନ ହୋଇବୁ
କାପାଖେ କରିବି ଅଳି।
ଜଗତ ଜନନୀ ବୋଲାଉଛୁ ମାଆ
ଦଶଭୁଜା ରୂପେ ତୁହି,
ଢାଳିଦେ ଢାଳିଦେ କରୁଣା ବାରିଲୋ
ମୁକତି ଲଭିବି ମୁହିଁ।
ତୋହରି ସନ୍ତାନ ଅଟେ ମୁଁ ଅଧମ
ଏତିକି ସୁଦୟା ଥାଉ,
ତୋର କୃପା ବଳେ ମିଶ୍ର ହୃଷିକେଶ
କବି ହୃଷିକେଶ ହେଉ।
