ମାଆ ପରି ଗାଈ
ମାଆ ପରି ଗାଈ
1 min
268
ମାଆ କ୍ଷୀର ପାନ ଆମରି ଜୀବନ ହୋଇଛେ ଧନ୍ୟ
ମାଆ ପରି ଗାଈ ତାର କ୍ଷୀର ପାଇଁ ପାଳିବା ମନ ।
ପାଉ କ୍ଷୀର,ଦହି,ଛେନା,ଘିଅ ଯହିଁ ଗାଈ ର ଦାନ
କେବେ ତାହାପାଇଁ ଭାବିଛେ କି ଭାଇ ତା ସନମାନ ।
ବୃଦ୍ଧା ହେଲେ ନେଇ କଂସେଇକୁ ଦେଇଦେଉଛେ ଟେକି
ଆଉ ଲୋଡନାହିଁ ପୁଣି ଆମପାଇଁ ପରକି ସେକି ।
ଗାଈର ଗୋବର ଲିପାପୋଛା ଘର ଚନ୍ଦନ ଟୀକା
ଶେଷରେ ତାହାର ମାଉସ ଆହାର ହେଉଛି ବିକା ।
ପୁରାଣ ଆମର କରାଏ ସ୍ମରଣ ଦେବତା ଥାଇ
ଶାନ୍ତନୁ ରାଜା ବି ବର ଲାଭକରି ପୁଜିଲେ ଗାଈ ।
ଗୋପରେ ଗୋପାଳ ଧେନୁ ଥିଲା ସାର ତାହାଙ୍କ ପାଇଁ
ମରତେ ବି କାମଧେନୁ ଅଟେ ଧେନୁ ଆସିଛି ଧାଇଁ ।
ଘରେ ଗାଇଟିଏ ମାପରି ସିଏ ତା ସେବା କରି
ସୁଖ ଶାନ୍ତି ଯଶ କ୍ଷୀର ଲବଣିରେ ଜିବଟି ଭରି ।
