Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SUBHRANSU SAHOO

Others

3.4  

SUBHRANSU SAHOO

Others

ମାଆ ପାଇଁ ଚିଠି

ମାଆ ପାଇଁ ଚିଠି

1 min
11.4K


ଦଶ ଦିନ ଦଶ ମାସ ଗର୍ଭରେ ଧରିଲୁ 

କେତେଯେ ଯାତନା ସହି ,

ତୋ ପାଇଁ ମାଆଲୋ ଦୁନିଆ ଦେଖିଲି 

ତୋ ପରି ଆଉ କେଇ ନାହଁ I


ତୋ ପଦେ କଥାରେ ସରଗର ଚାନ୍ଦ 

ଧରା ଦିଏ ମୋ ହାତେ ,

ସ୍ନେହରେ ଡାକିଲେ ବାବୁ ବୋଲି ଥରେ 

ମନ ମୋର ପୂରିଉଠେ I


ସାରା ଦୁନିଆଟା ମୁଲ୍ୟହୀନ ସତେ 

ତୋରି ପଣତ ତଳେ ,

ତୋ ଆଶିଷ ବଳେ ଏ ମାୟା ଭୁବନ 

ନିମିଷକେ ଜିଣିପାରେ I 


ତୋରି ସେବାରେ ଏ ଦେହ ଏ ମନ 

ଚିର ଦିନ ରହିଥାଉ ,

ତୋରି କୋଳରେ ମଥା ପାତି ଦେଇ 

ପ୍ରାଣ ପକ୍ଷୀ ଉଡିଯାଉ

ମୋର ଜୀବନ ସାର୍ଥକ ହେଉ l


Rate this content
Log in