STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ମାଆ ଓ ମମତା

ମାଆ ଓ ମମତା

1 min
143

ଯେଦିନ ଦେଖିଲି ପ୍ରଥମ ଆଲୋକ   

ତୁହି ଥିଲୁ ମୋର ପାଶେ,

ଯେଦିନ ଚାଲିଲି ପ୍ରଥମ ପାଦ ମୁଁ   

ତୋ ହାତ ଥିଲା ମୋ ହାତେ।


ଅକ୍ଷର ଆରମ୍ଭ ଯେଦିନ ହୋଇଲା  

ତୋର ନାମ ଥିଲା ଆଗେ,

ପ୍ରଥମ ସମ୍ପର୍କ ଜୀବନର ଥିଲା  

କେବଳ ତୋହରି ସାଙ୍ଗେ।


ପର ହେଲା ପରେ କରିଦେଲି ପର   

ଉଡିଗଲି ବହୁ ଦୂର,

ଆଜି ଯେତେବେଳେ ଡେଣା ଯାଏ ଝଡି  

ଖୋଜେ ପରଶ ତୋହର।


ତୋର ବିନା ମୁହିଁ ନୁହଇଁ ତ ପୂର୍ଣ୍ଣ   

ଏତିକି ଆଶିଷ କର,

ଏବେ କାଇଁ ଭାବେ ଲଭିବି ମୁଁ ଶାନ୍ତି  

ତୋ କୋଳେ ରଖିଲେ ଶିର।


ମମତା ରଙ୍କ ମୁଁ ତୋ ଦୁଆରେ ମାତ  

ତୁ ଯେ ମମତାର ସିନ୍ଧୁ,

ତୁ ହେଲେ ବିଶାଳ ମହାକାଶ ରେଖା  

ମୁଁ ଯେ ଛୋଟ ଏକ ବିନ୍ଦୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍