ମାଆ ଲଷ୍ମୀ
ମାଆ ଲଷ୍ମୀ
ଜୟ ଜୟ କମଳିନୀ
ଲକ୍ଷ୍ମୀମାଆ କମଳିନୀ
ଜୟ ଜୟ ମହାଲକ୍ଷ୍ମୀ
ମାଆ ଦୟାବତୀ
ତୋର କୃପା ବଳେ ମାତ
ବଲୁରିର ବାସ ଚନ୍ଦନ ଉଆସ
ତୋର ଦୟା ଵଳେ ମାତ
ସିନ୍ଧୁ ରାଜଜେମା ନପଡେ଼ ବିପଦ
ତୁହି ମହାମାୟୀ ଅଟୁ ସାଗର ଦୁହିତା
ତୋର ଆଶୀର୍ବାଦେ ମାଗୋ
ହୁଏ ଜଗତଜିତା, ପାଏ ସୁନାର ମୁକୁତା
ବିଷ୍ଣୁ ପାଟରାଣୀ ମାତ ଅପରାଜିତା
ତୁମ ବିନା ଏ ସଂସାର ଲାଗେ ସବୁ ପିତା
ହାତରେ ମାଆ ଶୋଭା ପାଏ ପଦ୍ମଫୁଲ
ଷାଠିଏ ପଉଟି ଅର୍ଣ୍ଣ ଭୁଞ୍ଜିବେ ଚକ୍ରଧର
ହିଂସା ରାଗ କରନାହି ସହିଷ୍ଣୁତା ବଳେ
ତୁମରି ଦୟାରେ ଶ୍ରୀମନ୍ଦିର ଚଳେ
ତୁମ ଠାରୁ ଶିକ୍ଷା ପାଇ ଘରର ଘରଣୀ
ହୁଅନ୍ତେ ଯଦି ସହିଷ୍ଣୁ ଘର ସୁବର୍ଣ୍ଣ ଛାଉଣୀ
ତୁମେ ମାତ ସିନ୍ଧୁ ସୁତା ଦି କୂଳ ହିତା
ଲକ୍ଷ୍ମୀ ନାମ ବହି ବାହ ତୁମ ସଂସାର କର୍ତ୍ତା
ତୁମେ ରାଗ ରୋଷ କଲେ ଅନ୍ନ ନମିଳଇ
ସ୍ୱୟଂ ଜଗନ୍ନାଥ କିବା ପାଇଛନ୍ତି ତ୍ରାହି
ଅନ୍ୟାୟ ଅନୀତି ତୁମେ ଭଲ ପାଅ ନାହିଁ
ସେଥିପାଇଁ ଜଗିରଖି ଆଚରଣ କରୁଥାଇ
ତୁମେ ମାତ ପ୍ରକଟିତ ହୁଅ ମହାମାୟୀ
ତୁମ କରୁଣା ବାରିଧି ପାପ ଦେଉ ଧୋଇ
ନଜାଣି କେତେ କିଏ ଦୋଷ ଅଛୁ କରି
ତୁମେ ମାତ ଢାଳି ଦିଅ ସ୍ନେହ ଶ୍ରଦ୍ଧା ବାରି
ଉପାସ ଦୁରେଇ ଯାଉ ତୁମ ଆଶୀର୍ବାଦେ
ଛିଡା ହେଉ ଥାଅ ମାତ ବିପଦ ଆପଦେ
