STORYMIRROR

Sunanda Mohanty

Others

3  

Sunanda Mohanty

Others

ମାଆ ହୁଅ ସାହା

ମାଆ ହୁଅ ସାହା

1 min
11.6K

କେତେ ବାଧା ଓ ବନ୍ଧନ କାଟି 

ଆସୁଛନ୍ତି ଆମ ଶ୍ରମିକଭାଇ ଗୋଟି ଗୋଟି,

ପିଛା ଛାଡ଼ୁନି ଦୁର୍ଯୋଗ କେବେଟି 

ଏଇ କଣ ଭାଗ୍ୟ ଥିଲା ଲେଖା ସବୁଙ୍କଠି l


ଦୁନିଆଁ ଗୋଲ ଲାଗୁଛି,ଡାକେ ଭିଟାମାଟି 

କେତେ କଲବଲ ଯନ୍ତ୍ରଣା ସହେ ପିଠି,

ଉପରକୁଯାହା ଦିଶଇ ଭିତରେ ଅଲଗାସବୁଟି

ମାଆ ଆମ ଶସ୍ୟଶ୍ୟାମଳା ସ୍ୱର୍ଣ୍ଣସୁଫଳା ଏଠି l


ତାକୁ ଛାଡି ଯାଇକି ଲାଭ ପାଇଲ ସେଠି 

ମା'ର ପଣତ ବଢ଼ାଇ ହାତ ଡାକେ ଆସ ଗୋଟିଗୋଟି,

କ୍ଷମା କରିଦେ ଧରଣୀମାଆ ସନ୍ତାନ ଆସେ ଛୁଟି l


ତୋ ବକ୍ଷରୁ ପୁଣି ଅମୃତ ଝରୁ ତାଙ୍କ ପାଇଁଟି 

ସବୁ ବାଧାବିଘ୍ନ ପଥପ୍ରାନ୍ତରେ ଦୁରେଇ ଦେ ଗୋଟିଗୋଟି,

ମାଆ ହୋଇ ଯଦି ସାହା ନହୋଇବୁ

ସଂତାନେ ଆସ୍ଥା ହରାଇବେଟି, 

କାଟି ପେଟ ପିଠି ଆସନ୍ତି ତୋ କୋଳରେ ଯିବାକୁ ଲୋଟି 

ହାରିବା ହରାଇବା ଦୁଃଖ ନେବା ବାଣ୍ଟିକୁଣ୍ଟି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍