ମାଆ ବିରଜା
ମାଆ ବିରଜା
ଯାଜପୁରେ ରହି ଭକ୍ତ ମନ ମୋହି
ଯୁଗେ ଯୁଗେ ପାଏ ପୂଜା
ଡାକିଦେଲେ ଥରେ ଜବାବ ଦିଅଇ
ସେହି ମୋ ମାଆ ବିରଜା ।
ପୁଣ୍ୟ ବୈତରଣୀ କୁଳୁ କୁଳୁ ହୋଇ
ପାଦ ତଳେ ଯାଏ ବହି
କେତେ ସାଧୁ ସନ୍ଥ ସ୍ନାହାନ କରିଣ
ମୁକତି ଯାଆନ୍ତି ପାଇ ।
ଅଯୋନି ସ୍ତମ୍ବୁତା ମାଗୋ ଶୈଳ ସୁତା
ମାଆ ମୋର ବିରଜାଇ
ତୋର କୃପା ବଳେ ମୁକ ବୋଲେ ଭାଷା
ପଙ୍ଗୁ ଗିରି ଲଙ୍ଘିଯାଇ ।
କରୁଣାମୟୀ ତୁ ତୋର କୃପା ବଳେ
ଉଡ଼ୁ ତୋ ବିଜୟ ଧ୍ବଜା
ମୁହିଁ ଦିନ ହୀନ କରୁଛି ଜଣାଣ
ତୋ ପାଦେ କରି ଗୁହାରି ।
କୃପା କରିଥିବୁ ଏ ଅଧମ ପ୍ରତି
ଦେଇଟିକେ କୃପାବାରି
ତୁ ଦୟା ନକଲେ ଭାସିବ ଅନାଥ
ତୁ, କି ହବୁ ଆଉ ଖୋଜା
ପାପ ସଂହାରଣେ ବୀର ସୃଷ୍ଟି କରି
ବୋଲାଉଛୁ ତୁ ବିରଜା ।
