STORYMIRROR

Tapaswini DashSarangi

Others

3  

Tapaswini DashSarangi

Others

ମା'

ମା'

1 min
223

ଜୟ ଜୟ ଜୟ ମା'ଗୋ

        ଆଦ୍ୟାଶକ୍ତି କାତ୍ୟାୟନୀ

ମହିଷାଶୁର ମର୍ଦ୍ଦିନୀ 

       ତୁମେ ଗିରିଜା ନନ୍ଦିନୀ।

ଦଶଭୂଜା ସନାତନୀ

       କିର୍ତ୍ତିଦା ଚଣ୍ଡୀ କାଳିକା

ରୁଦ୍ରାଣୀ ଶର୍ବାଣୀ କାଳି

       ଶାରଦା ଗିରିକନ୍ୟକା।

ଅପର୍ଣ୍ଣା ଉମା ଭାଦ୍ରରୀ 

       ସାବିତ୍ରୀ ଭକ୍ତବତ୍ସଳା

ତାପିନୀ ଚିତ୍ରା ଅନନ୍ତା

      ଶିବାନୀ କୃଷ୍ଣପିଙ୍ଗଳା।

ପୂଜା ଜପ ତପ ଧ୍ୟାନ

      ମୁଁ କିଛି ଜାଣେ ନାହିଁ

ମୁଢ଼ ମତ୍ତି ଜନ ମୁହିଁ

      ଅଜ୍ଞାନେ ସଦା ଭାସଇ।

ଆଖିର ଲୋତକ ଧାରେ

       ପାଦ ପ୍ରକ୍ଷାଳ କରିବି

ମନର ଭକତି ଅର୍ଘ୍ୟ

       ସମର୍ପଣ କରିଦେବି।

ସଂସାର ଜଞ୍ଜାଳ ଜାଲେ

       ହରବର ଯେ ହୁଅଇ

କାଳରୂପୀ ନରକରେ

       ନିଇତି ଡୁବି ମରଇ।

ଧନ ଜନ ଗୋପଲକ୍ଷ୍ମୀ

      ଲୋଡା ନାହିଁ କେବେ ମୋର

ତୁମ ଆଶୀଷ ଭିକ୍ଷା

          କରୁଥାଇ ନିରନ୍ତର।

ଅଧର୍ମ ହାତରେ ଆଜି

         ଧର୍ମ ହୁଏ ଛଟପଟ

ଖୋଲି ଦିଅ ମାଆ ତୁମେ

         ନ୍ୟାୟର ଦୁଇ କବାଟ।

ଏତିକି ବିନତି କରେ

        ମୁହିଁ ହୃଦ ଫଟାଇ

ମା'ହୋଇ ଏଇ ଅଳି

     ତୋ'ର ପାଶେ କରଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍