STORYMIRROR

Prakash Sahoo

Others

2  

Prakash Sahoo

Others

ମା ତାରିଣୀ

ମା ତାରିଣୀ

1 min
2.5K


ଜନମ ଦେଇଛି ଗୋଟିଏ ମା

ହେଲେ ଜୀବନ ଦେଇଛୁ ତୁହି

ଛୋଟରୁ ମଣିଷ କରିଛି ସେ ମା

କିନ୍ତୁ ବିପଦଠୁ ଦୁରେ କରିଛୁ ତୁହି

ଦୁଃଖକୁ ଦୁରେଇଛି ମୋ ମା

ଦୁଃଖର କାରଣ ଲିଭେଇଛୁ ତୁହି

କଷ୍ଟ ସମୟେ ମନେପଡେ ସେ ମା

ହେଲେ ସ୍ମୃତି ଭିତରକୁ ଆସୁ ତୁହି

ପଣତ କାନିରେ ପୋଛେ ମୋ ମା

ହେଲେ ଅଦୃଶ୍ୟ ହାତେ ଧରୁ ତୁହି

ମୋ କୁକର୍ମକୁ ଦେଖି ନପାରେ ମା

ହେଲେ ପଥ ପ୍ରଦର୍ଶକ କରୁ ତୁହି

କଥା କହୁଥିବା ଜୀଅନ୍ତା ସେ ମା

ହେଲେ ଦୁଃଖିର ଦୁଃଖ ଶୁଣୁ ତୁହି

ପୁଅ ମୁଁ ହୋଇଛି ସେ ମା'ର

କରିବି କର୍ମ ତା ଅନ୍ତିମ କାଳ ଯାଏ

କିନ୍ତୁ ଭକତ ହୋଇଛି ମୁଁ ମା ତୋର

ପୁଜୁଥିବି ଜୀବ ଥିବା ଯାଏ ମୋର

ଜୀବନ ମୋ ଯିବ ତୁମ ଦୁଇ

ମା'ଙ୍କର ନାମକୁ ଧରି ଧରି

ଆର ଜନ୍ମକୁ ଅନ୍ୟ ମା କୋଳେ

ଜନ୍ମ ହେବି ମୁଁ ଭିନ୍ନ ପରିଚୟ ନେଇ

ହେଲେ ରହିବ ତୋର ମୋର ସମ୍ପର୍କ

ଧରିତ୍ରୀ କୋଳରେ ଚିରଦିନ ପାଇଁ ।

ପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍