STORYMIRROR

Pradeep Kumar Panda

Others

3  

Pradeep Kumar Panda

Others

Maa Saraswati

Maa Saraswati

1 min
352

ତମେ କଅଣ ଚଞ୍ଚଳା ହେଇଚ ଯେ 

 ତମ ତୁଷ୍ଟପଣ ଓ ରୁଷ୍ଟପଣ 

ବଦଳୁଥିବ ମୁହୂର୍ତ୍ତକୁ ମୁହୂର୍ତ୍ତ

ଆଜିର ପ୍ରାଚୁର୍ଯ୍ୟ ପାହାଡ ରୂପାନ୍ତର ହେଵ 

ଆସନ୍ତା କାଲି ଶୂନ୍ୟତାର ଉଈହୁଙ୍କାରେ 

ସ୍ଥିରା ଅଚଞ୍ଚଳା ସହଜରେ ତୁଷ୍ଟ ହେଉ ନ ଥିବା 

ସ୍ଥିତପ୍ରଜ୍ଞା ସରସ୍ୱତୀ ତମେ 

ତମ କୃପା ବାରିଧିରୁ ଵିନ୍ଦୁଏ ଜଳ ପାଇଁ

ଯୁଗାନ୍ତର ତପସ୍ୟା  କମ୍ ପଡିଯାଏ ତ

ଥରେ ତୁଷ୍ଟ ହେଲେ କ୍ଷୟ ହୁଏ ନାହିଁ 

ତମ ଆଶୀଷର ଧାରା ଜନ୍ମରୁ ଜନ୍ମାନ୍ତର 

ଏସବୁ ଅଜଣା ନାହିଁ ଆମକୁ 

ତଥାପି ଆମେ ତମ ପାଦରେ ଶିକୁଳୀ ବାନ୍ଧି 

ଲକ୍ଷ୍ମୀଙ୍କ ଆଳୟରେ ବନ୍ଦୀ କରିଵାର 

ଧୃଷ୍ଟତା କରୁଚୁ 

ତମେ କ୍ଷମା କରିଦିଅ ଆମ ଆସ୍ପର୍ଦ୍ଧାକୁ

ତମେ ଧ୍ୱଂସ କରି ଦିଅ ଆମ ଅହଂକାରକୁ 

ତମେ ଶାପଗ୍ରସ୍ତ କର ଆମ ଜଡତାକୁ 

 ଅଜ୍ଞାନତାର ଘନ ଅନ୍ଧକାର ଚିରି

ଜାଳିଦିଅ ପ୍ରଜ୍ଞାର ପ୍ରଦୀପ 

ହେ ଶ୍ବେତ ପଦ୍ମାସିନୀ ହେ ତମବିଧ୍ବଂସିନୀ

ତବ ଶୁଭ ଆଗମନରେ 

ଘେନା କର ଆମ୍ଭର ଏ ଵିନମ୍ର ଦୟିନୀ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍