STORYMIRROR

Prakash Sahoo

Others

3  

Prakash Sahoo

Others

ମା ର ଶେଷ କଥା

ମା ର ଶେଷ କଥା

1 min
13.8K


ମା ର ଶେଷ କଥା

ଦୁଃଖ ନାହିଁ ମୋର
ବିଦେଶ ଯାଉଛୁ ବୋଲି
ଆଖି ରୁ ଝରୁଛି
ଏ ଖୁସି ର ଲୁହ
ଚାକିରି କରିବୁ ବୋଲି

ସେଠି ପୁଅ ତୁ
ଚାରି ଦିଗ ଦେଖି ଚଳିବୁ
ଗାଁ ସାଙ୍ଗ ସାଥି
କେହି ନ ଥିବେ
ଅଝଟ ମନ କୁ
ଲଗାମ କରିବୁ

ଖାଇବା ରେ ଆଉ
ବାଛ ବିଚାର ନ କରିବୁ
ତିନି ଓଳି ପେଟ ଭରି ଖାଇବୁ
ଦେହ ପ୍ରତି ଯତ୍ନ ନେବୁ

ଆମ କଥା କେବେ
ଚିନ୍ତା ନ କରିବୁ
ଶାଗ ପଖାଳ ରେ
ଆମେ ଏଠି ଭଲ ରେ ଥିବୁ

ବଡ ସହର ରେ
ବଡ ବାବୁ କଥା ମାନିବୁ
ସବୁ କଥା ଶୁଣି ରହିବୁ
ନ ହେଲେ ପେଟ କୁ
ତୁ ଦାନା ମାରିବୁ

ହେଲେ କେବେ
ନିଜ ସ୍ୱାଭିମାନ କୁ
ତଳ କୁ ନ କରିବୁ
ଅଧର୍ମ କାମ ରେ ହାତ
ତୁ ନ ରଖିବୁ
ଧନ ର ପ୍ରଭାବେ କେବେ
ଦେଶଦ୍ରୋହୀ ନ ହେବୁ

ସେଠି ଭଲ ରେ ରହିଲେ
ଏଠି ଭଲ ରେ ରହିବୁ ଆମେ
ଗର୍ବ କରିବ ତୋ ଗାଁ
ଏତକ କଥା ମୋ ରଖିବୁ

ପ୍ରକାଶ ସାହୂ




Rate this content
Log in