ମା ଓ ମମତା
ମା ଓ ମମତା
1 min
306
ମା'ର ମମତା ଅମୃତର ଧାରା
ଝରୁଥାଏ ନିରନ୍ତର
ସ୍ନେହ ଝରଣାରେ ସିକ୍ତ କରଇ
ଅବିରତ ତା'ର କର।
ଛାତିର ଅମୀୟ ପିଆଇ ଦେଇ
ବଢାଏ ଯତନେ ଅତି
ଦେହକୁ ନହେଉ ଟିକିଏ କଷ୍ଟ
ଧ୍ୟାନ ଦିଏ ଦିନରାତି।
ପେଟରୁ କାଟିକି ସନ୍ତାନ ମୁଖେ
ଆଧାର ଦିଏ ଜନନୀ
ଧନ୍ୟ ତାର ବଳିଦାନର ଶକ୍ତି
କେ କରି ପାରେ ବଖାଣି?
ସନ୍ତାନ ହେଫାଜତ କରିକରି
ବୟସର ସାୟାନ୍ହରେ
ଦୀପ ସମ ଜଳି ପହଞ୍ଚି ଯାଏ
ନିଜର ଅଜାଣତରେ।
ସନ୍ତାନ ଇଛାକୁ ପୁରଣ କରି
ବଳିଦିଏ ନିଜ ଇଛା
ସନ୍ତାନ ସୁଖରେ ଖୁସି ସେ ହୁଏ
ନଥାଏ ତାର ଅନିଛା।
ମାତୃଋଣ ସୁଝି ପାରିବେ ନାହିଁ
ଏ ସଂସାରରେ ସନ୍ତାନ
ହଳାହଳ ବିଷ ପାନ କରିସେ
ରଖେ ଯଶ ଅମଳାନ।
ମିନାକ୍ଷୀ ସାମଲ
