STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମା' ଭୂଆଷୁଣୀ

ମା' ଭୂଆଷୁଣୀ

1 min
270


ଭୂଆଷୁଣୀ ମା, ଲୋଟଣୀ ବଟ ବାସିନୀ

ଦୁର୍ଗେ ଦୁର୍ଗତି ନାଶିନୀ,ଜୟ ମା ଭବାନୀ…, ।।


ସିଜୁଆ ଗ୍ରାମ ଦେବତୀ ହରୁ ସକଳ ଦୁର୍ଗତି

ଆହା କି ଦିବ୍ୟ ମୂରତି, ଚାରୁ ହାସିନୀ, ବିଷ୍ଣୁ ମୋହିନୀ

ମା, ଭୂଆଷୁଣୀ, ଲୋଟଣୀ ବଟ…।।


ସେ ଯେ ଜୀବନ୍ତ ଦେବତୀ, ଜାଣେ ସକଳ ଦୁର୍ଗତି

ଭକତେ ଦିଏ ଶକତି, ଦୁଷ୍ଟ ଦଳିନୀ, ମୁକ୍ତି ଦାୟିନୀ

ମା, ଭୂଆଷୁଣୀ, ଲୋଟଣୀ ବଟ…।।


ଏକାମ୍ର କାନନେ ଛତ୍ର, ସମାନ ଲୋଟଣୀ ବଟ

ତା ମୂଳେ ହେଲୁ ପ୍ରକଟ, ସିନ୍ଦୂର ମୁହିଁ, ବିଶ୍ଵ ଜନନୀ,

ମା, ଭୂଆଷୁଣୀ, ଲୋଟଣୀ ବଟ…।।


ତୋ ଟିକି ମନ୍ଦିର ଚୂଳେ, ପତାକା ରୁଚିରେ ଉଡେ

ବାନା ପତିତପାବନୀ, ସିଂହ ବାହିନୀ, ତ୍ରାହି ଭବାନୀ,

ମା, ଭୂଆଷୁଣୀ, ଲୋଟଣୀ ବଟ…।।


ମହିମା ଅତୁଳନୀୟ, ହୁଅଇ ଭାଗ୍ୟ ଉଦୟ

ତୋ ଭକ୍ତି ଆରାଧନା ରେ, ମୁଣ୍ଡ ମାଳିନୀ,ଚଣ୍ଡ ଦଳିନୀ

ମା, ଭୂଆଷୁଣୀ, ଲୋଟଣୀ ବଟ…।।


ତୋତେ ଆଶ୍ରା କରି ଦେବୀ ତୋ ପଦେ ଶରଣ ଗଲି

ଉଢାଳି ପଣତ କାନି, ଶକ୍ତି ଦିଅ ଶକ୍ତି ପ୍ରଦାୟିନୀ,

ମା ଭୂଆଷୁଣୀ, ଲୋଟଣୀ ବଟ…।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍