STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ମା ଆସିଛି !

ମା ଆସିଛି !

1 min
492

କଥା ଦେଇଥିଲା ଆସିବ ବୋଲି ସେ

କଥା ରଖି ଆଜି ଆସିଛି,

କାଶତଣ୍ଡୀ ଫୁଲ ଚାମର ମେଳରେ

ମା ମୋର ଆଜି ଆସିଛି।


ନାହିଁ ସାଜସଜା ଭେରୀ ତୂରୀ ବାଜା

ତଥାପି ମାଆ ମୋ ଆସିଛି,

ନାହିଁ ଭକ୍ତ ଭିଡ଼ ପାର୍ବଣ ଆସର

ମଣ୍ଡପେ ସେ ଏକା ବସିଛି।


କଲବଲ ଆଜି ଏ ସାରା ସଂସାର

ମହା ବିପଦରେ ପଡ଼ିଛି,

ଦିନ ହଜିଯାଏ ଘନ ନୀଶିଥରେ

ମରମ ଦୀପାଳି ଜଳୁଛି।


ଦେଖିଯାଆଲୋ ମାଆ ତୋର ଏ ସନ୍ତାନ

କିପରି ତା ଦିନ କାଟୁଛି,

ଅସଂଖ୍ୟ ମହିଷା ଅତ୍ୟାଚାରେ ଆଜି

ଘର କୋଣେ ଲୁଚି ବସିଛି।


ମଣ୍ଡପେ ମନ୍ଦିରେ ମହା ଆଡମ୍ବରେ

ପୂଜାର୍ଚ୍ଚନା ମା'ର ଚାଲିଛି,

ଅନ୍ତର ମନ୍ଦିରେ ଘନ ଅନ୍ଧକାର

ଯଥା ପୂର୍ବ ଭରି ରହିଛି।


ମା'ର ବିମୁଗ୍ଧ ହୃଦଜିଣା ରୂପ

ଆଲୋକେ ଝଲସି ଉଠୁଛି,

ବିକାର ଗ୍ରସିତ କୁରୂପ ଅନେକ

ନିର୍ଭୟେ ସଗର୍ବେ ହସୁଛି।


କଥା ରଖି ଆମ ଆସିଥିଲା ପୁଣି

ଫେରିଯିବ ବୋଲି ଭାବୁଛି,

ଅସଜଡ଼ା ତାର ସଂସାର ପଡ଼ିଛି

ତାର କି ଗରଜ ପଡିଛି !


ଏମିତି ଏ ପୂଜା ଆସି ସରୁଥିବ

ମଣିଷ ତା ବାଟେ ଚାଲିଛି

ଶୁଭେଛା ଭିଡ଼ରେ ପାର୍ବଣ ସମାପ୍ତ

ମିଛ ଅଭିନୟ ଚାଲିଛି। 


ଘରେ ଘରେ ଆଜି ରାବଣ ମହିଷା

ବିକାରେ ଏ ବିଶ୍ୱ ପୁରିଛି,

ଚକ୍ଷୁ କମଳକୁ ସମ୍ପି ମାଆ ଚରଣେ

ରାମ ବି ବିରାମ ନେଇଛି।


ମା'ଗୋ ମହାଶକ୍ତି ତୋ କୃପା କଟାକ୍ଷେ

ଜାଗି ଉଠୁ ବିଶ୍ୱ ଚେତନା,

ତୋର ପାଦଚିହ୍ନ ରହିଯାଉ ହୃଦେ

ଶେଷ ହେଉ ସର୍ବବେଦନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍