ମା ଆଗମନୀ
ମା ଆଗମନୀ
1 min
268
R
ସବୁଜ ଶୋଭିତ, ଧବଳ ଚିତ୍ରିତ
ବିମୁଗ୍ଧ ଜିମୁତ, ଚିତ୍ତ ସମାହିତ
ବିହଙ୍ଗ କାକଳି, ଧୌତ ଲତା ଡାଳି
ସ୍ଵଛ ଗୋଧୁଳି, ଆକାଂକ୍ଷା ଉଛୁଳି
ଆଗମନୀ ଗୀତ, ଗାଉଛି ଶରତ
ରଙ୍ଗ ପ୍ରତିଭାତ, ପ୍ରକୃତି ସଜ୍ଜିତ
ହୃଦେ ଶିହରଣ, ଖୁସି ବିଘଟନ
ମାତୃ ଆଗମନ, କରି ସମ୍ମୋହନ
ଉତ୍ସବ ପ୍ରବଣ, ଭକ୍ତି ବିମଣ୍ଡନ
ମାଆର ପୂଜନ, ଏକମାତ୍ର ଧ୍ୟାନ
ମହାମାୟା ମାତା, ମାୟାଜାଲ ଜିତା
କୃପାମୟୀ ମାତା, ଜୀଵନ ସରିତା
