STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମା ଆବିର୍ଭାବ ଧରାରେ

ମା ଆବିର୍ଭାବ ଧରାରେ

1 min
187


ସୁବର୍ଣ୍ଣ ବର୍ଣ୍ଣା କୁମାରୀ  ଅଗ୍ନି ସମ୍ଭବା ୟେ ସୁକୁମାରୀ  

ଦେବତାଙ୍କ ସଙ୍କଟରେ ରତ୍ନ ଗିରି ର ଶିଖରେ

ଉଭା ହୋଇଛନ୍ତି ଦେବୀ  ମନ ଭରି ଯାଏ ଦରଶନ କରି

ୟେ ପରାଣ ଯାଉ ତା  ପାଦପଦ୍ମ ସେବାରେ ।।


ଦାନବ କୁଳ ରାଜନ ଘୋର ମହିଷାସୁର ତା ନାମ

ଉତ୍ପାତ ତା ତିନିପୁରେ ଅସହ୍ୟ ତା ଅତ୍ୟାଚାରେ

ଆକୁଳ ବ୍ୟାକୁଳ ମନ ଡାକଦେଲେ ସର୍ବଦେବ ଗଣ

ଅଧର୍ମ ପାପି ସଂହାରେ ମାଁ, ଆବିର୍ଭାବ ଧରାରେ ।।


ସଜାଇ ହୋଇଛି ଧରା ବିବିଧ ସୁଗନ୍ଧ ଫୁଲ ପସରା

ମୃଣ୍ମମୟ ମୂରତିରେ ସଜ୍ଜିତ ରତ୍ନ ବେଦୀରେ

ବିଜେ, ମହାମାୟା ତାରା ଲାଗଇ ପବିତ୍ର ୟେ ବସୁନ୍ଧରା

ଶରତ ଜହ୍ନ ଯୋତ୍ସ୍ନାରେ ଆଲୋକ ରଶ୍ମୀ ରେଖାରେ ।।


କାଳରାତ୍ରି ସ୍ଵରୂପିଣୀ ଦେବୀ ମହିଷାସୁର ମର୍ଦ୍ଦିନୀ

ମହିଷଘ୍ନି ମହାମାୟେ ବ୍ୟାଘ୍ର ଚର୍ମାମ୍ଵର ଧରେ

ବିଲ୍ଵ ବୃକ୍ଷାଧି ବାସିନୀ ଦୁର୍ଗା ଜୟାଖ୍ୟାଂ ସିଂହ ବାହିନୀ

ଅଭ୍ୟୁଦୟ ଯେ ଧରାରେ ସାବଧାନ ‌ନାରୀ‌ନରେ ।।


ଅରୁଚ କର୍ମ ନକରି ସତ୍ୟ ଧର୍ମକୁ ପାଥେୟ କରି

ଗତି ସଂସାର ପଥରେ କଲେ ରକ୍ଷା ପାଇବୁ ରେ

ନହେଲେ କାଳର ଡୋରି  ତୋର ପ୍ରାଣ ପକ୍ଷୀ‌ନେବ ଧରି

କାଳିକା ଯୋଗ୍ନୀ ରୂପରେ ମହିଷାସୁର ‌ପ୍ରକାରେ ।।


ଶୈଳପୁତ୍ରୀ ଜଗଧାତ୍ରୀ ନାଶ କରନ୍ତି ବିଶ୍ଵ ଦୁର୍ଗତି

ତା ପଣତ କାନିତଳେ ଆଶ୍ରୟ ନେଲେରେ ଥରେ

ନାହିଁ କିଛି ଭୟ ଭିତ୍ତି ମହାମାୟା ମହାଶକ୍ତି

ତୋ ହୃଦୟ ମନ୍ଦିରରେ ଆରାଧନା କର ତାରେ ।।


ଦେବତା ରୁଷି ମହର୍ଷି ନିତ୍ୟ ଆରାଧନା କରୁଥାନ୍ତି

ଜଗତ କଲ୍ୟାଣ ଅର୍ଥେ ବିଜେ ବିଜୟା ମରତେ

ଗିରିଜା ଶଙ୍କରୀ ସତୀ ପଦେ ଲୟ ରଖି କରି ଭକ୍ତି

ସେବା କର୍ପଣ୍ୟତା ବଳେ (ଧନ୍ୟ) ହୋଇବୁ ମହୀ ମଣ୍ଡଳେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍