ଲୁହ ମୋର ଆପଣାର
ଲୁହ ମୋର ଆପଣାର
1 min
191
ଲୁହ ତୁମେ ମୋର ଏକାନ୍ତ ଆପଣାର
ସୁଖେ ଦୁଃଖେ ତୁମେ ଅସ୍ତିତ୍ୱରେ କର ଘର
ବହିଯାଅ ଆଖି ଧାରେ ଶୂନ୍ୟସ୍ଥାନ ସୃଷ୍ଟି କରି
ତୁମ ପୂର୍ଣ୍ଣ ପରିଚୟ ସଭିଙ୍କୁ କରେ ଅଥୟ ।।
ତୁମେ ଭାବଧାରା ହୋଇ ନୟନୁ ଯାଅ ବହି
ଭାବୁକ ସର୍ବହରାର ଲୁହ ବିନା ନିଃସ୍ୱ ସେହି
କହି କି ପାରିବ ଲୁହ ସମୟର ଭୟାବହ
ଭାଙ୍ଗି ଦିଏ ଏଇ ମନ ଆବେଗ ଆଶାର ସୁଅ ।।
ନିଃସଙ୍ଗ କି କୋଳାହଳ ତୁମେ ହୃଦୟ ସାନ୍ନିଧ୍ୟ
ଦେଲେ ଦେଉ ଅପବାଦ ତୁମେ ହିଁ ନିର୍ବିବାଦ
ରାଜା ଲୁହ ରଙ୍କ ଲୁହ କେମିତି ଭିନ୍ନ ହେ କୁହ
ଆତ୍ମଗ୍ଲାନି ପରା ତୁମେ ସାଇତା ପୁଣି ଏ ଲୁହ ।।
ବିରହ ମିଳନ ଜ୍ଵାଳା ତୁମେ ସୁଶୀତଳ ଧାରା
ଲୁହ ପ୍ରିୟ ତୁମେ ନୟନେ ବର୍ଷା ଅସରା ।।
