STORYMIRROR

Gangotri Priyadarshini

Others

3  

Gangotri Priyadarshini

Others

ଲୁହ ମୋର ଆପଣାର

ଲୁହ ମୋର ଆପଣାର

1 min
199


ଲୁହ ତୁମେ ମୋର ଏକାନ୍ତ ଆପଣାର

ସୁଖେ ଦୁଃଖେ ତୁମେ ଅସ୍ତିତ୍ୱରେ କର ଘର 

ବହିଯାଅ ଆଖି ଧାରେ ଶୂନ୍ୟସ୍ଥାନ ସୃଷ୍ଟି କରି

ତୁମ ପୂର୍ଣ୍ଣ ପରିଚୟ ସଭିଙ୍କୁ କରେ ଅଥୟ ।।


ତୁମେ ଭାବଧାରା ହୋଇ ନୟନୁ ଯାଅ ବହି

ଭାବୁକ ସର୍ବହରାର ଲୁହ ବିନା ନିଃସ୍ୱ ସେହି 

କହି କି ପାରିବ ଲୁହ ସମୟର ଭୟାବହ

ଭାଙ୍ଗି ଦିଏ ଏଇ ମନ ଆବେଗ ଆଶାର ସୁଅ ।।


ନିଃସଙ୍ଗ କି କୋଳାହଳ ତୁମେ ହୃଦୟ ସାନ୍ନିଧ୍ୟ

ଦେଲେ ଦେଉ ଅପବାଦ ତୁମେ ହିଁ ନିର୍ବିବାଦ

ରାଜା ଲୁହ ରଙ୍କ ଲୁହ କେମିତି ଭିନ୍ନ ହେ କୁହ

ଆତ୍ମଗ୍ଲାନି ପରା ତୁମେ ସାଇତା ପୁଣି ଏ ଲୁହ ।।


ବିରହ ମିଳନ ଜ୍ଵାଳା ତୁମେ ସୁଶୀତଳ ଧାରା

ଲୁହ ପ୍ରିୟ ତୁମେ ନୟନେ ବର୍ଷା ଅସରା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍