ଲଷ୍ମୀନୃସିଂହ ବେଶ
ଲଷ୍ମୀନୃସିଂହ ବେଶ
ନୃସିଂହ ରୂପରେ ନାଥ ଆହେ ପ୍ରଭୁ ଜଗନ୍ନାଥ
ଆରାଧନା ପାଇଁ ତୁମ ନୃସିଂହ ବେଶ
ମହନ୍ତ ଶ୍ରୀରାମ ଦାସ ଓ ରାମ ଜୟତି ଦାସ
ଭୂମି ଦାନ ପାଏ ସିଏ ଲାଗି ଏ ବେଶ
ସମ୍ରାଟ ଆଲମ ଗିରିର
ମାର୍କଣ୍ଡେୟ ପୁରେ ଦିଏ ଦାନ ଭୂମିର ll
ମହାରାଜା ନେପାଳର ମହନ୍ତ ନାନା ମଠର
ବଡଛତା, ଜେଜେରାମ ଯେ ମଠାଧୀଶେ
ଭକ୍ତଯେ ନୃସିଂହ ନାଥ ଅନୁରୋଧ ଜଗନ୍ନାଥ
ଦର୍ଶନ ଦିଅନ୍ତୁ ପ୍ରଭୁ ନୃସିଂହ ବେଶେ
ନୃସିଂହ ବେଶଯେ ହୋଇଣ
ଭାବର ଠାକୁର ପ୍ରଭୁ ଦିଏ ଦର୍ଶନ ll
କାର୍ତ୍ତିକଯେ ପୁଣ୍ୟମାସ ଶୁକ୍ଳ ଚତୁର୍ଦ୍ଦଶୀ ବେଶ
ଡାଳିକିଆ ବେଶ ନାମ ଲଷ୍ମୀନୃସିଂହ
ଭଣ୍ଡାଚୂଳ, କିଆ, ଫଳି ଯେ ଦଶାବତାର ମାଳି
ସୁବର୍ଣ୍ଣ ପଦକ ମାଳି କେଶର ସିଂହ
ଶୋଲ ଜରି ରଙ୍ଗ ଲଗାଇ
ପାଖୁଡା ଡାଳିରେ ଫୁଲ ମୁଣ୍ଡେ ଖଞ୍ଜାଇ ll
ଜଗନ୍ନାଥ ଦୁଇହସ୍ତେ ଶଙ୍ଖ ଚକ୍ର ଧରି ହାତେ
ବଳଭଦ୍ର ଦୁଇ ହସ୍ତେ ହଳଲଙ୍ଗଳ
ସୁବର୍ଣ୍ଣର ଶ୍ରୀପୟର ସୁବର୍ଣ୍ଣର ଶ୍ରୀହସ୍ତର
ଲାଗି ହୋଇ ପ୍ରଭୁ କରେ ବିଶ୍ୱମଙ୍ଗଳ
ନୃସିଂହ ବେଶକୁ ଦେଖିଣ
ପାଆନ୍ତି ପରମ ତୃପ୍ତି ଯେ ଭକ୍ତଗଣ ll
