Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Panda

Others

3  

Santosh Kumar Panda

Others

ଲୋହିତ ଗୋଧୂଳି

ଲୋହିତ ଗୋଧୂଳି

1 min
218



ଗୋଧୂଳି ଲଗନ କରିଛି ଦର୍ଶନ 

     ଥିଲା ଯେବେ ବାଲ୍ୟଦିନ,

ଅସ୍ତଗାମୀ ରବି ଲୋହିତ ରଶ୍ମିରେ

    ବଦଳେ ଗୋଧୂଳି ବର୍ଣ୍ଣ। ।


କି ଶୋଭା ଆହା ସେ କେଡେ ମନଲୋଭା

    କିଣି ନେଇଯାଏ ମନ,

ଶୁଭ କାର୍ଯ୍ୟ ପାଇଁ ଲୋଡା ନାହିଁ ଆନ

    ଥିଲେ ଗୋଧୂଳି ଲଗନ। ।


କିଚିରି ମିଚିରି ପକ୍ଷୀ ରାବ ସହ

   ଧେନୁ ବତ୍ସା ହମା ରଡ଼ି,

ଗାଈଆଳ ଗୀତ ବଧୂ ପାଣି ବୁହା

   ପିଣ୍ଡାରେ ତ ମାଆ ବୁଢ଼ୀ। ।


ଲୋହିତ ଗୋଧୂଳି ବର୍ଣ୍ଣ ଛିଟା ଦେଖି

    ବ୍ୟାକୁଳ କବିର ପ୍ରାଣ,

ଗ୍ରାମ ଦାଣ୍ଡ ଠାରୁ ଗୋପ ଦାଣ୍ଡ ଯାଏ

    ପାଇଯାନ୍ତି ଜୀବଦାନ।



Rate this content
Log in