STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ଲୋଡା ନାହିଁ ମୋର

ଲୋଡା ନାହିଁ ମୋର

1 min
398


ଲୋଡା ନାହିଁ ମୋର ଫୁଲର ଝୁଲଣା

ଲୋଡା ନାହିଁ ସ୍ବର୍ଗ ସୁଖ

ଲୋଡା ନାହିଁ ମୋର ଚାନ୍ଦର ଅଗଣା

ମାଆ କୋଳେ ମୋ ଆନନ୍ଦ॥

ଲୋଡା ନାହିଁ ମୋର ପାରିଜାତ ପୁଷ୍ପ

ଲୋଡା ନାହିଁ ବଇଭବ

ଲୋଡା ନାହିଁ ମୋର କୁବେର ଭଣ୍ତାର

ତା' ପଣତରେ ମୋ ଲୋଭ॥

ଲୋଡା ନାହିଁ ମୋର ରାଣୀ ହଂସପୁର

ଲୋଡା ନାହିଁ ରତ୍ନ ଖଟ

ଲୋଡା ନାହିଁ ମୋର ସୁସ୍ବାଦ ବ୍ୟଞ୍ଜନ

ହାତ ରନ୍ଧା ତା' ଅମୃତ॥

ଲୋଡା ନାହିଁ ମୋର ସେବା ମହୋଷଧି

ଲୋଡା ନାହିଁ ଜଡିବୁଟି

ଲୋଡା ନାହିଁ ମୋର କାଉଁରି ପରସ

ତା' ସ୍ପର୍ଶେ ମିଳଇ ଶାନ୍ତି॥

ଲୋଡା ନାହିଁ ମୋର ବିଭୁ ଆରାଧନା

ଲୋଡା ନାହିଁ ପୂଜା ଜପ

ଲୋଡା ନାହିଁ ମୋର ବ୍ରତ ଉପବାସ 

ତା' ସେବାରେ ମିଳେ ମୁକ୍ତି॥

ଲୋଡା ନାହିଁ ମୋର ତୀର୍ଥ ପୂଣ୍ୟ ଫଳ

ଲୋଡା ନାହିଁ ଧର୍ମ କର୍ମ

ଲୋଡା ନାହିଁ ମୋର ଯିବା ଚାରିଧାମ

ତା'ପାଦେ ସକଳ ସୁଖ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍