ଲକ୍ଷ୍ୟ ପଥ
ଲକ୍ଷ୍ୟ ପଥ
1 min
179
ଜୀବନ ଯୁଦ୍ଧର ମୁଁ ବୀର ମାନବ
ଲକ୍ଷ୍ୟପଥେ ଅଗ୍ରସର
ସଫଳତା ନିଶ୍ଚେ ଲଭିବି ତ ଦିନେ
ସାଜିଅଛି ଧନୁର୍ଦ୍ଧର ।
ବାରମ୍ବାର ଯେତେ ହେଲେ ବି ବିଫଳ
ଧୈର୍ଯ୍ୟ ରଖି ହୃଦୟରେ
ସଫଳତା ଶୀର୍ଷ ଛୁଇଁଯିବି ବୋଲି
ପ୍ରାଣପ୍ରଣେ ଚେଷ୍ଟା କରେ ।
ମନରେ ସାହସ ବାହୁରେ ଶକତି
ଆଗ୍ରହକୁ ସାଥି କରି
ଶତ ଶତ ବାର ଉଦ୍ୟମ କରୁଛି
ଯିବି ନାହିଁ କେବେ ହାରି ।
ଦୃଢ଼ ମନୋବଳ କରେନା ଦୁର୍ବଳ
ପହଞ୍ଚିବି ଲକ୍ଷ୍ୟସ୍ଥଳେ
ଅରଯିବି ଯଶ ,ମାନ ସନମାନ
ଦୁଃଖ ନାହିଁ ମନେ ତିଳେ ।
ବିଫଳତା ପାଇଁ ଅଧୈର୍ଯ୍ୟ ହୁଅନା
ମନ ଦୃଢ଼ କରି ଚାଲ
ପ୍ରକୃତ ପ୍ରୟାସ କର ପ୍ରତି କ୍ଷଣେ
ବୁଝି ପରିଶ୍ରମ ମୂଲ ।
ଲକ୍ଷ୍ୟ ସ୍ଥିର କର ଲକ୍ଷ୍ୟପଥ ଖୋଜ
ଜୀବନରେ ସୁଖ ପାଇଁ
ଅବିରତ ସେହି ପଥେ ଚାଲୁଥାଅ
ପଥଭ୍ରଷ୍ଟ ହୁଅ ନାହିଁ ।
