STORYMIRROR

PUSPALATA SAHOO

Others

3  

PUSPALATA SAHOO

Others

ଲକ ଡାଉନ

ଲକ ଡାଉନ

1 min
20

କରୋନା ଆସିଛି ଭୟ ବି ବଢିଛି 

ମଣିଷ ହେଜୁନି ଜମା 

ଲକ ଡାଉନରେ ସମୟ ବିତୁଛି 

ହେଉଅଛି ବାଟବଣା 

ମାସ୍କ ପିନ୍ଧୁଛି ଦୂରରେ ରହୁଛି 

ଜୀବନକୁ ଭାରି ଡର 

ନିଇତି ସକାଳେ ଯୋଗ କରୁଅଛି 

ରହିବାକୁ ସୁସ୍ଥତର 

ବସ୍ତିରେ ଜୀବନ ଭାରି କଲବଲ 

କରୋନା ଆସୁଛି ମାଡି 

ଦିନ ଦି ପହରେ ହାହାକାର ପଡେ 

ରହିବ ସତେକି ଗାଡି 

ଜୀବନର ଗାଡି ଚାଲିବାକୁ ହେଲେ 

ନିୟମ ମାନି ଚଳିବା 

ଅସହାୟ ଦୁଃଖୀ ଦରିଦ୍ର ଲୋକଙ୍କୁ 

ସହାୟତା ଟିକେ ଦେବା 

ଲକ ଡାଉନରେ ଜୀବନ ବିତୁଛି 

ଜପି ଜଗନ୍ନାଥ ନାମ

ସେହି ରକ୍ଷା କର୍ତ୍ତା ସେହି ଧ୍ୱଂସକର୍ତ୍ତା 

ରଖିବେ ଆମ ଜୀବନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍