ଲକ ଡାଉନ
ଲକ ଡାଉନ
1 min
18
କରୋନା ଆସିଛି ଭୟ ବି ବଢିଛି
ମଣିଷ ହେଜୁନି ଜମା
ଲକ ଡାଉନରେ ସମୟ ବିତୁଛି
ହେଉଅଛି ବାଟବଣା
ମାସ୍କ ପିନ୍ଧୁଛି ଦୂରରେ ରହୁଛି
ଜୀବନକୁ ଭାରି ଡର
ନିଇତି ସକାଳେ ଯୋଗ କରୁଅଛି
ରହିବାକୁ ସୁସ୍ଥତର
ବସ୍ତିରେ ଜୀବନ ଭାରି କଲବଲ
କରୋନା ଆସୁଛି ମାଡି
ଦିନ ଦି ପହରେ ହାହାକାର ପଡେ
ରହିବ ସତେକି ଗାଡି
ଜୀବନର ଗାଡି ଚାଲିବାକୁ ହେଲେ
ନିୟମ ମାନି ଚଳିବା
ଅସହାୟ ଦୁଃଖୀ ଦରିଦ୍ର ଲୋକଙ୍କୁ
ସହାୟତା ଟିକେ ଦେବା
ଲକ ଡାଉନରେ ଜୀବନ ବିତୁଛି
ଜପି ଜଗନ୍ନାଥ ନାମ
ସେହି ରକ୍ଷା କର୍ତ୍ତା ସେହି ଧ୍ୱଂସକର୍ତ୍ତା
ରଖିବେ ଆମ ଜୀବନ
