STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ଲଜ୍ଜା

ଲଜ୍ଜା

1 min
161


 ଲଜ୍ଜାର ସଂଜ୍ଞା ଖୋଜ ତ ଯାଇ

     କୁରୁସଭା ଗୃହରେ,

ଖୋଜ ତୁମେ ବଣ୍ଡା ଘାଟିର

   ଦରଦୀ ମଣିଷ ପାଖରେ।


ଖୋଜ ତାକୁ ଯାଇ ତଥାକଥିତ

     ଶିକ୍ଷିତ ସମାଜ ବକ୍ଷରେ,

ପୁଣି ଅବୋଧ ଅଜ୍ଞାନ ଶିଶୁଠାରେ

 ଅବା ଜୁଇରେ ନିସ୍ତବ୍ଧ ଶବରେ।


ଗାଁ ଭୁଆସୁଣୀ ପାଖେ ଖୋଜ

  ସ୍ଥିତପ୍ରଜ୍ଞ ସାଧକ ପାଖରେ,

ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିରେ

   ଅବା ବୟୋବୃଦ୍ଧ ଠାରେ।


ସବୁଠି ପାଇବ ଉତ୍ତର ଅଲଗା

    ସ୍ଵରୂପର ମଧ୍ୟ ଭିନ୍ନତା,

ଲଜ୍ଜା ଏକ ଅଳଙ୍କାର ମଣିଷର ପାଇଁ

 କା ପାଇଁ ମୋତି ସେ କା ପାଇଁ ଶାମୁକା।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍