Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଲୀଳାମୟ କଳା ତାନ୍ତ୍ରିକ

ଲୀଳାମୟ କଳା ତାନ୍ତ୍ରିକ

1 min
336



ରତ୍ନ ସିଂହାସନ ବରଜି ଆସିଲ ସେଦିନ ନିଦାଘ ଶେଷ ପୁନେଇଁ

ଦୈମାତୁର ବେଶେ ଦରଶନ ଦେଲ କେତେରଙ୍ଗ ଜାଣ କଳା କହ୍ନାଇ ।।


ସେହିଦିନ ଠାରୁ ରୁଚୁ ନାହିଁ ଆଉ ଷାଠିଏ ପଉଟି ଅର୍ଣ୍ଣ,ବ୍ୟଞ୍ଜନ

ଫଳ,ମୂଳ ପଥି , ଅଣସର ଘରେ , ସୁନ୍ଦର ଶ୍ରୀମୁଖ ଦିଶେ ମଳିନ  ।।


ଉପସମ ପାଇଁ ଦଶମୂଳ ସର୍କ, ମୋଦକ ସମର୍ପେ ରାଜବଇଦ

ଫୁଲୁରି ତେଲରେ , ଶରିର ମର୍ଦନ , ବ୍ରହ୍ମା,ଶଙ୍କର ନଜାଣେ ୟା ଭେଦ ।।


ଜ୍ଵର ଜ୍ଵଳାମୁକ୍ତ ହୋଇ ଲକ୍ଷ୍ମୀକାନ୍ତ, ଦରଶନ ନବ-ଯୌବନ ବେଶେ

ଦରଶନ କଲି , ପୋଖରୀଆ ତଳେ , ଭକ୍ତି,ଭାବ ପ୍ରାଣ ଭରା ବିଶ୍ଵାସେ ।।


ଆହା କି ଅପୂର୍ବ , ମୂରତି ସୁନ୍ଦର , କୋଟିମାର ଛାର ଯାଜୋଲ୍ୟମାନ

କୋଟିଏ ଆଦିତ୍ୟ , ରଶ୍ମି ଝରିପଡେ , ଝଲସି ଉଠଇ ଚନ୍ଦ୍ରବଦନ  ।।


ହଟିଆ ଠାକୁର , ହଟ ଲଗାଇଲ , ମନେ ପଡିଗଲା ସତେ କି ଆହା

ଅରୁଚା ଛାଡିବା , ଆଶାରେ ଭାବୁଛି , ମନେ ପଡିଗଲା ମାଉସୀ ମାଆ  ।।


ଉଦୟାଚଳରୁ , ସୁନ୍ଦରା ଚଳକୁ  ,  ଯିବାପାଇଁ ଯେବେ ଆଦେଶ ହେଲା

ତିନିଗୋଟି ରଥ , ସ୍ଵୟଂ ବିଶ୍ଵକର୍ମା  , ସିଂହଦ୍ଵାରେ ଆଣି ଲଗାଇ ଦେଲା  ।।


ଭାଇ, ଭଉଣୀଙ୍କୁ , ସଙ୍ଗତରେ ନେଲ , ନଜାଣିଲେ ପଦ୍ମା ଘରଣୀ ତୁମ

ଗହଳ ଚହଳ , ଲାଗିଛି ସେଠାରେ ,  ଅର୍ନ୍ତବେଦି ଏଠି ପଡ଼ିଛି ଶୂନ୍ୟ  ।।


ସବୁଦିନେ ସେଇ  , କପଟିଆ ବୁଦ୍ଧି , ନଛାଡିଲ ତୁମେ ବିଶ୍ଵପାବକ

ସତେକି କିମିଆଁ , କର କଳା ଜହ୍ନ ,  ମୋହି ନେଉଅଛ ଜଗତ ଯାକ  ।।


ମାନମୟୀ ମହା- , ଲକ୍ଷ୍ମୀଙ୍କରମାନ , କ୍ଷଣକେ ମୋଚନ କଲ ମୋହନ

ସମ୍ମୋହନ,ଉଚ୍ଚା- ,  ଟନ, ତନ୍ତ୍ର, ମନ୍ତ୍ର  ,  ସବୁବିଦ୍ୟା କରିଅଛ ଅର୍ଜନ  ।।


ତୁମେ ମହାବାହୁ , ବଳିୟାର ଭୁଜ  ,  ବହୁତଳେ ଆଶ୍ରା ମାଗେ ଅଧିନ

ଲୀଳାମୟ ତୁମ , ଲୀଳା,ଖେଳା ଦେଖି , ସଂସାରରେ କଟିଯିଉ ମୋ ଦିନ ।।



Rate this content
Log in