STORYMIRROR

Minakshi Samal

Others

3  

Minakshi Samal

Others

ଲଘୁଚାପ

ଲଘୁଚାପ

1 min
241

ଲଘୁଚାପ ସୃଷ୍ଟି ହୋଇଛି

ଲଗାତାର ବର୍ଷା ହେଉଛି

ସହର ଓ ଗ୍ରାମ ଜଳମଗ୍ନ ହୋଇ

ଏକାକାର ହୋଇ ଯାଇଛି।


ରାସ୍ତାସାରା ପାଣି ଜମିଛି

ସନ୍ତସନ୍ତିଆଟା ଲାଗୁଛି

ଘରୁ ଗୋଡକାଢି ବାହାରକୁ ଗଲେ

ଖୁବ୍ ବେଶୀ କଷ୍ଟ ହେଉଛି।


ଆକାଶ ମେଘୁଆ ରହିଛି

ବର୍ଷଣମୁଖର ହୋଇଛି

ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କର

ଉପସ୍ଥାନ କମିଯାଇଛି।


ଗଳି କନ୍ଦି ଫାଙ୍କା ଦିଶୁଛି

ଖାଁ' ଖାଁ' ସବୁ ଲାଗୁଛି

ଦୋକାନ ବଜାର ଖୋଲିଥିଲେ ମଧ୍ୟ

ଗରାଖଙ୍କ ଭିଡ କମିଛି।


ପକୁଡି,ପିଆଜି ବନୁଛି

ଚା'କଫି ବ୍ୟବସ୍ଥା ହୋଇଛି

ବରା,ଆଳୁଚପ୍ ,ଚିକେନ୍ ପକୋଡା

ମହମହ ଖାଲି ବାସୁଛି।


ଗପାଗପ ଖିଆ ଚାଲିଛି

ହସର ଲହରୀ ଛୁଟୁଛି

ଟିଭି ଦେଖାସଙ୍ଗେ ମୋବାଇଲ ଧରି

ମନୋରଞ୍ଜନ ଯେ ହେଉଛି।


ନିଦଟା ସୁଖଦ ହୋଇଛି

ସକାଳୁ ଉଠିବା ବାଧୁଛି

ଟାଣିଟୁଣି ହୋଇ ଅଫିସ ଯିବାକୁ

ମନଟା ବାରଣ କରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍