ଲଡୁ ଦେଇଥିଲି ଗଣପତିଙ୍କୁ ମୁଁ
ଲଡୁ ଦେଇଥିଲି ଗଣପତିଙ୍କୁ ମୁଁ
1 min
423
ଲଡୁ ଦେଇଥିଲି ଗଣପତିଙ୍କୁ ମୁଁ
ତୁମକୁ ପାଇବା ପାଇଁ
ଜାତକଟା ଦେଖି ଗାଁ ଅଵଧାନେ
ସିଧା କରିଦେଲେ ନାହିଁ,
ଶିବ ପୂଜୁଅଛି କାଳେ ମୋର ସବୁ
ଗ୍ରହଦୋଷ ଗଲେ କଟି
ବୋଧେ! ପାଇପାରେ-ତୁମଠୁ ମୋ ପାଇଁ
ଗୋଲାପୀ ପ୍ରେମର ଚିଠି,
ମୁଁ ବସିଥିବି ଚାହିଁ……
ଆଶା ବୈତରଣୀ ନଈର କୂଳରେ
ସପନ ଡଙ୍ଗାକୁ ନେଇ ……….…।।
ତପନ ଦୀକ୍ଷିତ(ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ
ଗଇସ ଫୁଲରେ ରେ ଶିବ ପୂଜୁଅଛି
କଟିଗଲେ ସବୁ ରିଷ୍ଟ
ବୋଧ ହୁଏ ତୁମେ ପୀରତି ପତର
ପଠାଇ ହରିବ କଷ୍ଟ।। ବେଳାଭୂମି
