STORYMIRROR

Subhasmita Mohanty

Others

3  

Subhasmita Mohanty

Others

ଲାଲ୍ ରଙ୍ଗ

ଲାଲ୍ ରଙ୍ଗ

1 min
151

ସାତ ପ୍ରକାରର ରଙ୍ଗ ମଧ୍ୟରୁ ଯେ

ଲାଲ୍ ଅଟେ ଶକ୍ତିଶାଳୀ,

ଏହା ମଧ୍ୟ ଅଟେ ଉତ୍ସାହ ପ୍ରତୀକ

ପାପୀ ର ବିନାଶକାରୀ।


ସୂର୍ଯ୍ୟାସ୍ତ ସମୟର ଲାଲ୍ ରଙ୍ଗ ଟି

ଅତ୍ୟନ୍ତ ସେ ରମଣୀୟ,

ମନ ମୋହି ନିଏ ସେହି ଦୃଶ୍ୟ ସତେ

ସୌନ୍ଦର୍ଯ୍ୟ ବର୍ଣ୍ଣନନୀୟ ।


ନାରୀ ମଥାର ଲାଲ୍ ରଙ୍ଗ ଟି ପରା

ବଢ଼ାଏ ସ୍ୱାମୀ ଆୟୁଷ,

ଲାଲ୍ ରଙ୍ଗର ଶାଢ଼ୀ, ଚୁଡ଼ି ପିନ୍ଧି ସେ

ପାଏ ସୁନ୍ଦର ପରଶ।


ଲାଲ୍ ରଙ୍ଗ ଟି ଦିଅଇ ପରା ମନେ

ଶକ୍ତି,ସାହସ, ବିଶ୍ୱାସ,

ମନୁଷ୍ୟ ହୃଦୟ ଅଟଇ ଲାଲ୍ ଯେ

ବଢ଼ାଏ ଆତ୍ମବିଶ୍ବାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍