STORYMIRROR

pravasini Senapati

Others

3  

pravasini Senapati

Others

ଲାଗିଛି ତୋ ପ୍ରେମ ରଙ୍ଗ

ଲାଗିଛି ତୋ ପ୍ରେମ ରଙ୍ଗ

1 min
169

ସବୁ ରଙ୍ଗ ଠାରୁ ତୋ ରଙ୍ଗ ନିଆରା

ପାଗଳ କରିଛି ମୋତେ

ଯେଉଁ ଦିନୁ ଜଗା ଲାଗିଲ ତୋ ରଙ୍ଗ

ଭୁଲି ପାରୁନି ମୁଁ ତୋତେ ।


ଦେହେ ବୋଳି ହୋଇ ଫଗୁର ରଙ୍ଗ ମୁଁ

ଧୋଇ ଦେଲି ଛାଡି ଗଲା....

ମନରେ ଲାଗିଛି ତୋ ରଙ୍ଗ ଯେବେଠୁ

ଛାଡ଼ୁନିରେ ଚକାଡୋଳା !!


କି କୁହୁକ ଅଛି ତୋ କଳା ମୁଁହରେ

ତୋ ପ୍ରେମେ ଗଲି ମୁଁ ପଡ଼ି

ଶ୍ରୀକ୍ଷେତ୍ର କୁ ତୋର ଧାଇଁ ମୁଁ ଆସିଛି

ମୋ ଘର, ଅଗଣା ଛାଡ଼ି ।


କଳା କଳେବର ତୋ ନାଲି ଅଧର

ମୋ ମନ ନେଇଛି କିଣି

ଅନ୍ତର ଦେବତା ମୋ ଅନ୍ତର କଥା

ପାରୁନୁ କେମିତି ଜାଣି ?


ଲାଗିଥିଲା ଦିନେ ରାଧାରାଣୀ ଦେହେ

ତୋ ପୀରତି ରଙ୍ଗ ବୋଲି

ପାଗଳିନୀ ସାଜି ତୋ ପ୍ରେମରେ ଭିଜି

ସରମକୁ ଗଲେ ଭୁଲି ।


ତୋ ପ୍ରେମରେ ବାଇ ହେଲେ ମୀରାବାଇ

ଭୁଲି ଗଲେ ଭୋକ ଶୋଷ

ହେ କଳା ନାଗର କଳା ଯାଦୁଗର

ହେ ପ୍ରେମମୟ ପୁରୁଷ ।


ତୁମ ପ୍ରେମ ରଙ୍ଗ ଲାଗିଛି ମୋଠାରେ

ସାଜିଛି ମୁଁ ପାଗଳିନୀ

ଚରଣରେ ତୁମ ଦିଅ ଟିକେ ସ୍ଥାନ

ଏତିକି ମୋର ମାଗୁଣି ।

ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍