Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSRI SAHOO

Others

2  

SUSRI SAHOO

Others

କୁଳ ବଧୂ

କୁଳ ବଧୂ

1 min
7.0K


ସାଧବ ବୋହୁ ଲୋ ସାଧବ ବୋହୁ,

ଲାଲ୍ ପାଟ ପିନ୍ଧି ଝଟକୁ ଥାଉ ||


ରୂପସୀ ରୂପିଣୀ ଲାବଣ୍ୟବତୀ,

କଥା ଥିରି କହୁ ମଉନାବତୀ ||


ଅଲିଅଳ ଥିଲୁ ଅଳସି କନ୍ୟା

ବଧୂ ନିରୁପମା ସର୍ବ ଗୁଣ ସଂପୂର୍ଣ୍ଣା ||


ଆଖିରେ କଜଳ,ପାଦେ ଅଲତା,

ଲାଲ୍ ସିନ୍ଦୁରେ ଶୋଭେ ତୋ ମଥା ||


ପାଦରେ ଝୁଣ୍ଟିଆ,ପାଉଁଜି ଶୋଭେ,

ନାକ ନୋଥ ତୋର ନାକେ ବିରାଜେ ||


ରୁଣୁଝୁଣ ଚୁଡି ବାଦ୍ୟ ମୁର୍ଚ୍ଛନା

ଜଣାଏ ତୋ ଆଗମନ ସୂଚନା ||


ହାତେ ଲମ୍ବ ତୋର ଲାଲ୍ ଓଢଣୀ

ଲାଜକୁଡୀ ଲତା ଲାଜୁଆ ଚାହାଣୀ ||


ଘରକୁଳ ବଧୂ ଲକ୍ଷ୍ମୀ ପ୍ରତିମା

ଗୃହଲକ୍ଷ୍ମୀ ମା' ତୁ ଅନ୍ନପୂ୍ର୍ଣ୍ଣା ||


ଦେବୀ ସରସ୍ବତୀ ମା' ବୀଣାପାଣୀ

ପ୍ରଥମ ଗୁରୁ ସନ୍ତାନର ତୁ ଲୋ ଜନନୀ ||



ରୋଗ ବେଳେ ବଇଦ, ପଥି ଉପଶମ

ଉଜାଗର ହୋଇ କରୁ ଯତନ ||


ମା' ଦୁର୍ଗା ,ଅମ୍ବେ ତୁ ଦଶଭୁଜା

ସର୍ବ କାର୍ଯ୍ୟେ ଅଗ୍ରେ ତୁ ଲୋଡା ଖୋଜା ||


ଜନକ ନନ୍ଦୀନୀ ବିନା ମର୍ଯ୍ୟଦା ପୁରୁଷ ଅଧୁରା

ମହା ଅଶ୍ବମେଧ ଯଜ୍ଞ ହୁଏନି ପୁରା ||


ବାମାଙ୍ଗୀ ଅଟୁ ତୁ ପ୍ରାଣ ପ୍ରୀୟର

ତ୍ୟାଗ,ସ୍ନେହ,ପ୍ରେମ ର ଉପହାର ||


ସୁଧା, ପୀୟୁଷ ତୁ ସଂଞ୍ଜୀବନୀ

ଘର ପ୍ରାଣକେନ୍ଦ୍ର ମନ ମୋହୀନୀ ||


ସବିତା ଆଗରୁ ତୋ ନିଦ ଭାଙ୍ଗେ

ଗୃହ କାର୍ଯ୍ୟ କରୁ କେତେ ସରାଗେ ||


ଘର ଅଗଣା ରେ ମା' ବୃନ୍ଦାବତୀ

ପାଣି ଢାଳୁ ତୁ ତାଙ୍କଠି ନିତି ||


ସଞ୍ଜେ ସଞ୍ଜବତୀ ଦେଉ ତୁ ନିତି

ମୂରୁଜ ଆଙ୍କୁଲୋ ସୌଭାଗ୍ୟବତୀ ||


ମାଗୁଶୀର ମାସ ଲକ୍ଷ୍ମୀ ଗୁରୁବାର

ଝୋଟି,ଚିତା କରୁ କେତେ ପ୍ରକାର ||


ନା ନା ସୁସ୍ବାଦ ବ୍ୟଞ୍ଜନ ଗଢୁ

ମନ ଜାଣି ଅତି ପ୍ରସନ୍ନେ ବାଢୁ ||


କାର୍ତ୍ତିକ ମାସରେ ହବିଷ ପାଳୁ

ବୋଇତ ବନ୍ଦିବୁ କେତେ ତୁ ଭାଳୁ ||


ଆସିବ ଫେରି ସାଧବ ପୁଅ

ଧନ,ରତ୍ନର ଛୁଟିବ ସୁଅ ||


ବାର ମାସେ ତେର ପରବ ଆମ

ପାଳୁ ତାକୁ ଦେଇ ତୁ ମନ ପ୍ରାଣ ||


କେତେ ଉପବାସ ବରତ କରୁ

ପରିବାର ସର୍ବ ଦୁଃଖ ତୁ ହରୁ ||



କିଏ ହେବ ସରି ତୁ ଅନୁପମା

ରୂପ,ଗୁଣ ର ତୋ ନାହିଁ ଉପମା ||


ସର୍ବସଂହା ମା' ଧରିତ୍ରୀ ମାତା

ଯାଦୁକାରୀଣୀ ତୁ ଜଗତଜିତା ||


Rate this content
Log in