STORYMIRROR

Sudhanjali Mishra

Others

3  

Sudhanjali Mishra

Others

କୁ ଅଭ୍ୟାସ

କୁ ଅଭ୍ୟାସ

1 min
261

ଚାହା କୁ ପିଇବା ମନ୍ଦ ଅଭ୍ୟାସଟା

ଜାଣିକରି କ'ଣ ଛାଡିହୁଏ ?

ଛାଡିବାକୁ କେତେ ଚେଷ୍ଟାକରି ମଧ୍ୟ

ପାରିନାହିଁ ଛାଡି,ପିଇଦିଏ ।।୧।।

ଚିନ୍ତା ଯଦି କେବେ ବଢିଯାଇଥାଏ

ସମାଧାନ ବାଟ ଖୋଜୁଥାଏ

ଚାହା ମାତ୍ରା ଟିକେ ଅଧିକ ହୁଅଇ

ନିଦ୍ରାକମି,ସମାଧାନ ପାଏ ।।୨।।

ତାହାର ପ୍ରଭାବ ପଡ଼ଇ ଶରୀରେ

ହୋଇଥାଏ ଅଳ୍ପ ପିତବାନ୍ତି 

ଦୁଇଦିନ ଟିକେ ବିଶ୍ରାମ ନେଲେ ହିଁ

ସବୁଠାରୁ ମିଳିଥାଏ ଶାନ୍ତି ।।୩।।

ଡାକ୍ତର କହିଲେ ଚାହା ଛାଡିବାକୁ

ତୁମ ଶରୀରର ହେବ କ୍ଷତି

ଅମାନିଆ ମନ ମାନୁନାହିଁ ଜମା

ପିଉଥାଏ ବସି ଚାହା ନିତି ।।୪।।

ଚାହା ପରିମାଣ କମାଇ ତ ଦିଏ

ଛାଡିପାରେ ନାହିଁ ତାକୁ

ଆଉ ଅପଚେଷ୍ଟା କରିନାହିଁ କେବେ

ମୁଣ୍ଡବ୍ୟଥା ଖାଲି କିଣିବାକୁ ।।୫।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍