କଟକ ନଗର
କଟକ ନଗର
କଟକ ନଗର ଧବଳ ଟଗର
ପିଲାବେଳୁ ଶୁଣିଅଛୁ,
ବାରବାଟୀ ଦୁର୍ଗ ମା କଟକଚଣ୍ଡୀ
ପାଦେ ପ୍ରଣାମ କରୁଛୁ।
ଓଡ଼ିଶାର ପୁରାତନ ଜିଲ୍ଲା ମଧ୍ୟେ
କଟକ ଯେ ଅନ୍ୟତମ,
ସଦର ମହକୁମା ଆଧାରରେ
କଟକ ହୋଇଛି ନାମ।
ଓଡ଼ିଶାର ବ୍ୟବସାୟିକ ସ୍ଥଳ ଯେ
ବୋଲି ହୁଏ ବିବେଚନା,
ରାଜଧାନୀ ବୋଲି ଓଡ଼ିଶାର ଆଗେ
କଟକ ସହର ଥିଲା।
କଟକ ଶବ୍ଦ ଟି ସଂସ୍କୃତ ଶବ୍ଦ
କଟକ ରୁ ଉଦ୍ଧୃତ,
ସେନା ଶିବିର ଓ ସରକାରଙ୍କ ଆସ୍ଥାନ
ଦୁଇ ଅର୍ଥ ଏହାର ତ।
ରୂପାର ସହର ଆମରି କଟକ
ବିଶ୍ଵ ପ୍ରସିଦ୍ଧ ତାରକସି,
ଝଲମଲ ଦିଶେ ଚାନ୍ଦିମେଢ ପରା
ଦେଖି ମନ ହୁଏ ଖୁସି।
ଭାରତ ମାଆର ସୁଯୋଗ୍ୟ ଦାୟାଦ
ବୀର ସୁଭାଷ ବୋଷ,
ଦେଶ ସ୍ଵାର୍ଥ ପାଇଁ ସ୍ଵାଧୀନତା
ସଂଗ୍ରାମେ ଦେଲେ ଝାସ।
ବାଉନ ବଜାର ତେପନ ଗଳି
ଲୋକ ଭିଡାଭିଡି ଭାରି,
କଟକରେ ରାତି ନାହିଁ ବୋଲି କବି
ଲେଖି ପକ
ାଅନ୍ତି ହୁରି।
କଟକର ଦହିବରା ଖାଇବାକୁ
ପାଗଳ ପ୍ରାୟ ତ ଆମେ,
ଗୌରିଶଙ୍କର ପାର୍କରେ କେବେ
ସନ୍ଧ୍ୟା ବିତାଇଛ ତୁମେ।
ଶ୍ରୀରାମଚନ୍ଦ୍ର ଡାକ୍ତରଖାନା
ରେଭେନ୍ସା କଲେଜ ପୁଣି,
ମଧୁବାବୁ ରମାଦେବୀ ପ୍ରତିଭା
କେହି ପାରିବେନି ଖୁଣି।
କାର୍ତ୍ତିକ ମାସେ ସାଧବ ପୁଅର
ବଣିଜ ବାଲିଯାତ୍ରାର,
ବାରବାଟୀ ଷ୍ଟାଡିୟମ
ବାରମଜା ମହାନଦୀ କୂଳର।
ଆମ ଏ କଟକ ଐତିହ୍ୟ
ସଂସ୍କୃତି ପରା ଅଟେ ଅମଳିନ,
ଉଚ୍ଚ ନ୍ୟାୟାଳୟେ ଆମ କଟକରେ
ପଢିଛନ୍ତି ମଧୁସୂଦନ।
କଟକଚଣ୍ଡୀ ଗଡ଼ଚଣ୍ଡୀ
ଅଭୟ ପ୍ରଦାନ କରିଛନ୍ତି,
କେତେ ରୋଗୀ ଭୋଗୀ
ଦିନରାତି ଯାଆସ କରନ୍ତି।
ଭାଇଚାରାର କଟକ ପରା ଏ
ନିଆରା ତାଙ୍କ ଛଟକ,
କେଉଁ ବାଟେ ଯାଇ କେ ବାଟେ ଆସିବ
ନ ପଡେ ଆଖି ପଲକ।
ଛତରା ବଜାର ମାଛୁଆ ବଜାର
ମାଲଗୋଦାମ ପୁଣି,
ବଡ଼ନାଳର ବଡ଼ମଶା ସବୁ
ଖାଇଯାଆନ୍ତି ଝୁଣି ଝୁଣି।