STORYMIRROR

Dr. Shiba Prasad Tripathy

Others

5.0  

Dr. Shiba Prasad Tripathy

Others

କଥାଟା ଠିକ୍ ସେମିତି ନଥିଲା

କଥାଟା ଠିକ୍ ସେମିତି ନଥିଲା

1 min
28.4K


କଥାଟା ଠିକ୍ ସେମିତି ନଥିଲା

ଯାହା ମୋତେ ଦୃଶ୍ୟ ହେଉଥିଲା ।

ରାସ୍ତାକଡ ବତୀଖୁଣ୍ଟଟି

ନୀରବି ଯାଇଥିଲା ଏତେବେଳକୁ

ପେଚା ମାନଙ୍କ ଥଣ୍ଟରେ ,

ଉତ୍ତରା ପବନବି' ଶୋଇ ପଡିଥିଲା

ଗୋଟାପଣେ ଘୁଂଗୁଡିମାରି

ନିଘୋଡ ନିଦରେ

ନିଜଠାରୁ ବେଶ୍ କିଛି ଦୂରତାରେ ।

ବାଦୁଡି ଗୁଡିକବି ଠିକ୍ ସେମିତି ଥିଲେ

ସତେଅବା ,ପୂର୍ବବତ୍ ସୂଚନା ପାଇ ସାରିଥିଲେ

ଅଂଧାର ଭିତରେ ଯାହାଖାଲି

କୁରୁଳି ଉଠୁଥିଲେ ।।

କଥାଟା ଠିକ୍ ସେମିତି ନଥିଲା ...

ଚୂଡିର ପାହାଚ ଗଣି ଗଣି

କାହା ପାଦ ବଢିବା ଆଗରୁ

ମାଟିତଳ ଖସି ପଡିଥିଲା ।

ଅବଶ୍ୟ,ପାଦକୁ ତାହା ଜଣାନଥିଲା

ପଥ କେତେ ଦୂର !

ପଥିକ ପାଦକୁ ବୁଝିବା ବେଳକୁ

ଆକାଶ ଛିଣ୍ଡି ସାରିଥିଲା

ଯାହା ମୋ' ଅଜ୍ଞାତରେ ଘଟିଯାଇଥିଲା ।।

କେବଳ ଜଳ-ଜଳ ଛବିହିଁ ଦିଶୁଥିଲା

ଶବ-ବାହକ ମାନେ ଫେରି ଆସୁଥିଲେ

ତୁଠ ପଥରରୁ

ନଈ ଦାଢେ ଦାଢେ

ମୋ'ସହ ଭେଟ ହେଲାବେଳେ

ଅଦୃଶ୍ୟରୁ ଦୃଶ୍ୟ ଆଡକୁ

ଆଖି ଫେରୁଥିବା ବେଳେ ।।

*** *** ***

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,ଉଦୟ ନଗର

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)


Rate this content
Log in