STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

କଥାକୁହା ରଙ୍ଗ

କଥାକୁହା ରଙ୍ଗ

1 min
179

ରଙ୍ଗ ସବୁ କଥା କୁହେ

ଭକ୍ତଟିର ନିଷ୍କାମ ଭକ୍ତିରେ

ଏକ ଶୁନ୍ୟତାରେ ପୂର୍ଣ୍ଣତ୍ୱର ଦୃଢ଼ ବିଶ୍ୱାସ ନେଇ

ସମ୍ପିଦିଏ ନିଜକୁ ସେ

ଅତି ଆପଣାର ଏକ ଅଚିହ୍ନା ଅସ୍ଥାରେ।........

ରଙ୍ଗ ସବୁ କଥା କୁହେ

ଶିଶୁଟିର ଅବୁଝା ସ୍ୱରରେ

ତା ପାଇଁ ନୂତନ ଏଇ

ଦୁନିଆର ବହୁରଙ୍ଗୀ ଭିଡ଼ ସହ

ପରିଚିତ ହେବାକୁ ସେ ମୁଗ୍ଧ ଆକାଂକ୍ଷାରେ।........

ରଙ୍ଗ ସବୁ କଥା କୁହେ

ମାତୃତ୍ୱର ସ୍ନେହଭିଜା ସ୍ୱରେ

ଢାଳିଦେଇ ବାତ୍ସଲ୍ୟର ପୂର୍ଣ୍ଣ କଳସୀକୁ

ସନ୍ତାନର ଅବୋଧ ମଥାରେ

ସ୍ୱପ୍ନ ଦେଖେ ନୂଆ ସକାଳର

ରାତିର ଆୟୁଷ ଜାଳି ତା ପଣତ ନିଆଁରେ।........

ରଙ୍ଗ ସବୁ କଥା କହେ

ପ୍ରେୟସୀର ଆଖି ଇଶାରାରେ

ମଧୁର ଅଧର ପୃଷ୍ଠେ ମିଳନର ଆମନ୍ତ୍ରଣ ନେଇ

ଭରିବାକୁ ଦୁଇଟି ଶୁନ୍ୟସ୍ଥାନକୁ

ପ୍ରେମର ଅସରନ୍ତି ଭବ୍ୟ ତରଙ୍ଗରେ।........

ରଙ୍ଗ ସବୁ କଥା କହେ

କେବେ ବନ୍ଧୁଟିର ବେପରୁଆ ଭଲ ପାଇବାରେ

ଦୁଃଖୀର ଅଶ୍ରୁପୂର୍ଣ୍ଣ ଆର୍ତ୍ତଚିତ୍କାରରେ

ପାଗଳର ଅବୁଝା ପ୍ରଳାପରେ

ଅପରିଚିତର ନିରବ ଇଶାରାରେ

ନିଃଶ୍ୱାସର ସୁରିଲା ଲୋରୀରେ

ଜୀବନର ଟଳମଳ ଝୁଲନ୍ତା ତରୀରେ।.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍