STORYMIRROR

PUSPALATA SAHOO

Others

4  

PUSPALATA SAHOO

Others

କରୁଣାମୟି

କରୁଣାମୟି

1 min
356

କରୁଣାମୟୀ ମାଆ ମଙ୍ଗଳା ଲୋ

ତୋ ପଦେ କୋଟି ଜୁହାର।।

ବିପଦ ସାଗରୁ ତରିବା ପାଇଁ ଲୋ

ଧରି ଥିବୁ ମଙ୍ଗ ମୋର।।

ତୁହିଁ ମା ଶାରଳା ତୁହି ମା ବିମଳା

ତୁହି ମା ରାମଚଣ୍ଡୀ।।

ଭକ୍ତିରେ ଡାକିଲେ ଦୁଃଖ ଯେତେସବୁ

ଦୁରିତହୁଏ ଯେ ଖଣ୍ଡି।।

ତୁହି ମାଆ ମୋର ମୁଁ ଦାସୀ ତୋହର

ରଖିବୁ ତୋ ପାଦ ପୟରେ।।

କରୁଥିବି ସେବା ଦିନ ରାତି ତୋର

ନ ରଖି ପାପ ମନରେ।।

ଚାହିଁ ଦେଲେ ଥରେ ତୋ ଦୁଇ ନୟନ

ଦିବ୍ୟ ଜ୍ୟୋତି ପଡେ ଝରି।।

ସେ ଜ୍ୟୋତି ବଳରେ ମୋ ମନୁ ଅଜ୍ଞାନ

ସବୁ ଯାଉ ଅପସରି।।



Rate this content
Log in